ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ମଙ୍ଗଳବାର ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।

ପୁଣିଥରେ ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମଙ୍ଗଳବାର ଭୋରରୁ ଏହି ଗୁଳି ବିନିମୟ ଆରମ୍ଭ ହୋଇଯାଇଛି। ଏଥିସହ ଏହି ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇ ଥିବାବେଳେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

ଜାମ୍ମୁ ଓ କାଶ୍ମୀରର କୁଲଗାମ୍‌ ଜିଲ୍ଲାର ରେଦଓ୍ଵାନି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ଭୋରରୁ ଗୁଳି ବିନିମୟ ଆରମ୍ଭ ହୋଇଛି। ଏହି ଏନ୍‌କାଉଣ୍ଟରରେ ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ମୃତ୍ୟୁ କରିଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି।

ଏବେ ସୁଦ୍ଧା ସେହି ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିସହ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଉଛନ୍ତି।

ଗୋଟିଏ ପଟେ କୁଲଗାମ୍‌ଠାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଚାଲିଥିବା ବେଳେ ପୁଲଓ୍ଵାମଠାରେ ଦ୍ୱିତୀୟ ଏନକାଉଣ୍ଟର ନେଇ ସୂଚନା ମିଳିଛି।

ଏହାଛଡ଼ା କେତେକ ଆତଙ୍କବାଦୀ ପୁଲଓ୍ଵାମା ଜିଲ୍ଲାର ଟ୍ରାଲର ହାଫୁ  ଅଞ୍ଚଳରେ ଛପି ରହିଥିବା ସୂଚନା ପାଇ ସୁରକ୍ଷା କର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି। ଏଥିସହ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଆତଙ୍କବାଦୀଙ୍କ ଉପରକୁ ପାଲଟା ଗୁଳି ଚଳାଇଛନ୍ତି।

ସମଗ୍ର ଅଞ୍ଚଳକୁ କର୍ଡ଼ନ କରି ସେନା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଅପରେସନ୍‌କୁ ଜୋରଦାର କରିଛି। ଏହାଛଡ଼ା ୧୦୦ ଘଣ୍ଟା ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ସେନା ଗୁଳିରେ ପ୍ରାୟ ୧୪ ଜଣ ଆତଙ୍କବାଦୀ ପ୍ରାଣ ହରାଇ ସାରିଛନ୍ତି।

Comment