ଓଡ଼ିଶାଲାଇଭ୍ ବ୍ୟୁରୋ

ଧକ୍ ଧକ୍ ଗାର୍ଲ ଓ କିଙ୍ଗ୍ ଖାନ୍ ଟୁଇଟର ମାଧ୍ୟମରେ ଓଡ଼ିସାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ମାଧୁରୀ ଓ ଶାହରୁଖ। ଶାହରୁଖଙ୍କ ଡାଇଲଗ୍‌ ଓ ମାଧୁରୀଙ୍କ ଜଲୱାରେ ଝୁମିଥିଲେ ଦର୍ଶକ। ଏହି ସମାରୋହ ପରେ ଉଭୟ ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ନିଜ ଟୁଇଟରରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶାହରୁଖ ଟୁଇଟରରେ ଲେଖିଛନ୍ତି, ” ମୋ ପ୍ରତି ଥିବା ଓଡ଼ିଶାବାସୀଙ୍କର ଭଲପାଇବା ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୁଁ ଖୁସି ଅନୁଭବ କରୁଛି।”

ଏହାଛଡ଼ା ଶାହରୁଖ ହକି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଚକ୍ ଦେ ଇଣ୍ଡିଆ’ ଲେଖିଛନ୍ତି।

ଅନ୍ୟପକ୍ଷରେ ମାଧୁରୀ ମଧ୍ୟ ଟୁଇଟ୍ କରି ଉଭୟ ଓଡ଼ିଶାବାସୀ ଏବଂ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଧକ୍ ଧକ୍ ଗାର୍ଲ ଭୁବନେଶ୍ୱରସ୍ଥିତ ଲାଲଚାନ୍ଦ ଜୁଏଲର୍ସ ଯାଇ ସପିଂ ମଧ୍ୟ କରିଥିଲେ।

Comment