ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭାରେ ମରାଠା ସମ୍ପ୍ରଦାୟଙ୍କ ପାଇଁ ପାସ୍ ହେଲା  ସଂରକ୍ଷଣ ବିଲ୍।

ମରାଠା ସମ୍ପ୍ରଦାୟର ଦାବି ଆଗରେ ଶେଷରେ ହାର ମାନିଛନ୍ତି ମହାରାଷ୍ଟ୍ର ସରକାର। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏଣିକି ମରାଠା ସମ୍ପ୍ରଦାୟକୁ୧୬ ପ୍ରତିଶତ ସଂରକ୍ଷଣ ମିଳିବ। ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ଏହି ସଂରକ୍ଷଣ ବିଲ୍ ପାରିତ ହୋଇଛି।

ଡିସେମ୍ବର ୫ରୁ ଏହି ସଂରକ୍ଷଣ ଲାଗୁ କରିବାକୁ ଉଦ୍ୟମ ଚଳାଇଛନ୍ତି ସରକାର।

ତେବେ ପୂର୍ବରୁ ମହାରାଷ୍ଟରେ ବିଭିନ୍ନ ସମ୍ପ୍ରଦାୟ ପାଇଁ ୫୨ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏବେ ଏହି ୧୬ ପ୍ରତିଶତ ମିଶିବା ପରେ ମହାରାଷ୍ଟ୍ରରେ ସଂରକ୍ଷଣ ବ୍ୟବସ୍ଥା ୬୮ ପ୍ରତିଶତରେ ପହଞ୍ଚିଛି।

ଏହାପୂର୍ବରୁ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏ ସମ୍ବନ୍ଧୀୟ ଏକ ବିଲ୍ ବିଧାନସଭାରେ ଉପସ୍ଥାପନ କରିଥଲେ। ବିରୋଧୀ ଦଳ ମଧ୍ୟ ଏହାକୁ ସମର୍ଥନ କରିଥଲେ। ବିରୋଧୀଙ୍କ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ଫଡନାଭିସ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଦୀର୍ଘଦିନରୁ ମରାଠା ସମ୍ପ୍ରଦାୟ ସଂରକ୍ଷଣ ପାଇଁ ଦାବି କରିଆସୁଥିଲେ। ୨୦୧୬ ମସିହାରେ ଏନେଇ ମହାରାଷ୍ଟ୍ରରେ  ମରାଠା ସମ୍ପ୍ରଦାୟ ୫୮ ଥର ପଦଯାତ୍ରା କରିଥିଲେ। ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରିଥିଲା।

Comment