ଓଡ଼ିଶାଲାଇଭ୍ ବ୍ୟୁରୋ

ପାଳିତ ହେଉଛି ବିଶ୍ଵ  ଏଡସ୍ ଦିବସ, ଚଳିତ ବର୍ଷ ଥିମ ରହିଛି ‘ନୋ ୟୋର ଷ୍ଟାଟସ୍।’

ବିଶ୍ଵବ୍ୟାପି ପାଳିତ ହୋଉଛି ୩୦ତମ ଏଡସ୍  ଦିବସ। ୧୯୮୮ ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ରେ ଆନ୍ତର୍ଜାତିକ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି।

ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଏଡସ୍ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଏବଂ ଏଡସ୍ ପୀଡ଼ିତ ଲୋକଙ୍କୁ ଅନ୍ୟ ସାଧାରଣ ମଣିଷଙ୍କ ପରି ଜୀବନ ବିତାଇବାକୁ ସୁଯୋଗ ଦେବା।

ଚଳିତ ବର୍ଷ ଏହି ଦିବସ ବାର୍ତ୍ତା ରହିଛି, ‘ନୋ ୟୋର ଷ୍ଟାଟସ’ ( ନିଜ ଅବସ୍ଥାକୁ ଜାଣ)। ଏଚଆଇଭି(ହ୍ୟୁମାନ ଇମ୍ୟୁନୋଡେଫିସିଏନସି ଭାଇରସ୍) ପରୀକ୍ଷା, ଚିକିତ୍ସା ପଦ୍ଧତି ତଥା ସଂକ୍ରମିତଙ୍କୁ ନିଜ ସ୍ଵାସ୍ଥ୍ୟର ଯତ୍ନ ବିଷୟରେ ସଚେତନ କରାଇବା ଏହି ବାର୍ତ୍ତାର ମୂଳ ଲକ୍ଷ୍ୟ।

ଏଡସ୍ ବିଶ୍ଵର ସବୁଠାରୁ ବଡ଼ ସ୍ଵାସ୍ଥ୍ୟ ସମସ୍ୟା। ଗ୍ଲୋବାଲ ଏଚ୍‌ଆଇଭି ଆଣ୍ଡ ଷ୍ଟାଟିଟିକ୍ସର ରିପୋର୍ଟ ଅନୁଯାୟୀ ୨୦୧୭ ସୁଦ୍ଧା ସାରା ବିରେ ୩ କୋଟି ୫୪ ଲକ୍ଷ ଏଡ଼୍‌ସ୍‌ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ଶିଶୁ ବି ରହିଛନ୍ତି। ସାଉଥ୍ ଆଫ୍ରିକାରେ ସବୁଠାରୁ ଅଧିକ ଏଡସ୍ ଆକ୍ରାନ୍ତ ରୋଗୀ ରହିଛନ୍ତି।

ଏହି ଅବସରରେ ଅନେକ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ହୋଇଥାଏ।

Comment