ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ନିର୍ବାଚନ ପ୍ରଚାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିମାଣ୍ଡ।

୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। କଂଗ୍ରେସର ପ୍ରଚାର ମଙ୍ଗ ରାହୁଲ ଗାନ୍ଧି ଧରିଥିବା ବେଳେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ଏହି ପ୍ରଚାରରେ ମୋଦି-ଶାହଙ୍କୁ ପଛରେ ପକାଇ ଷ୍ଟାର ସାଜିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ଯୋଗୀ ଆଦିତ୍ୟନାଥ। ହିନ୍ଦୁତ୍ୱ ଚେହେରା ବନିଥିବା ୪୬ ବର୍ଷୀୟ ଆଦିତ୍ୟନାଥ ତିନି ରାଜ୍ୟରେ ୫୩ଟି ନିର୍ବାଚନୀ ସଭା କରିଛନ୍ତି।

ଛତିଶଗଡ଼ରେ ସବୁଠୁ ଅଧିକ ୨୧ଟି ସଭା କରିଛନ୍ତି ଆଦିତ୍ୟନାଥ। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୯ଟି ଏବଂ ପ୍ରଧାନମନ୍ତ୍ରୀ ମୋଦି ୪ଟି ସଭାକୁ ସମ୍ବୋଧିତ କରିଛନ୍ତି। ଯୋଗୀଙ୍କ ପ୍ରଚାର ଦଳ ପାଇଁ କାମ ଦେବ ବୋଲି ଅନୁମାନ କରାଯାଉଛି। ପାର୍ଟିର ବରିଷ୍ଠ ନେତାଙ୍କ କହିବା ଅନୁସାରେ ଯୋଗୀଙ୍କ ପ୍ରଚାର ପାଇଁ ସ୍ଥାନୀୟ ପ୍ରତିନିଧି ଦାବି କରିଥିଲେ।

ସେହିଭଳି ରାଜସ୍ଥାନରେ ମଧ୍ୟ ଯୋଗୀଙ୍କ ଡିମାଣ୍ଡ ଅଧିକ ରହିଛି। ୭ ଡିସେମ୍ବରରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଆଦିତ୍ୟନାଥ ୧୭ଟି ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମାତ୍ର ୧୦ଟି ଜନସଭାକୁ ସମ୍ବୋଧିତ କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚତୁର୍ଥ ଥର ପାଇଁ ସରକାର ଗଠନ ପାଇଁ ସଂଘର୍ଷ କରୁଥିବା ବେଳେ ଯୋଗୀ ଆଦିତ୍ୟନାଥ ୧୫ଟି ଜନସଭାକୁ ସମ୍ବୋଧିତ କରିଛନ୍ତି। ଶାହ ୨୫ଟି ରାଲି ଏବଂ ପ୍ରଧାନମନ୍ତ୍ରୀ ୧୦ଟି ସଭାକୁ ସମ୍ବୋଧିତ କରିଛନ୍ତି।

ଜଣେ ବିଜେପି ନେତାଙ୍କ କହିବା ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ୟୁପି ନିରନ୍ତର ବିକାଶ ଦିଗରେ ଅଗ୍ରସର ହେଉଛି। ପୂର୍ବ ସରକାର ତୁଳନାରେ ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା ବ୍ୟବସ୍ଥା ଦ୍ରୁତଗତିରେ ସୁଧାର ହେଉଛି।

Comment