ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେତେବେଳେ ଆପଣ ବିବାହ କରିବା ପାଇଁ ଭାବୁଛନ୍ତି ସେତେବେଳେ ଆପଣଙ୍କ ମନରେ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରୁଥିବ। ପ୍ରଥମତଃ ପାର୍ଟନର ପରଫେକ୍ଟ ହୋଇଥିବା ଆବଶ୍ୟକ। ପାର୍ଟନରଙ୍କ ଭଲ ମନ୍ଦ ଜାଣିବା ପାଇଁ ବହୁତ ଅନୁସନ୍ଧାନ ମଧ୍ୟ ହୋଇଥାଏ। ସାଧାରଣତଃ ଯୁବତୀମାନେ ପାର୍ଟନରଙ୍କ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ପ୍ରଫେସନ, ବ୍ୟକ୍ତିତ୍ୱ, ଏବଂ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ଉପରେ ଗୁରୁତ୍ୱ ଦେଇଥାନ୍ତି। ସେହିପରି ପୁରୁଷମାନେ ମଧ୍ୟ ଲାଇଫ ପାର୍ଟନରଙ୍କ କାର୍ଯ୍ୟଶୈଳୀ, ଗୁଣ ଏବଂ ସୁନ୍ଦରକୁ ଅଧିକ ପସନ୍ଦ କରିଥାନ୍ତି।

କିନ୍ତୁ ଅଧିକାଂଶ ଲୋକ ବିବାହ ପୂର୍ବରୁ ନିଜର ପାର୍ଟନରଙ୍କ ଆର୍ଥିକ କ୍ଷେତ୍ର ବିଷୟରେ ଜାଣିବାକୁ ଇଚ୍ଛା କରିନଥାନ୍ତି। ଅନ୍ୟପଟେ ବିଦେଶରେ ପାର୍ଟନରଙ୍କ କ୍ରେଡିଟ୍ ଅର୍ଥାତ ସିବିଲ ସ୍କୋର ଉପରେ ନଜର ରଖାଯାଇଥାଏ। ଯଦି ପାର୍ଟନରଙ୍କ ସିବିଲ ସ୍କୋର ଖରାପ ହୋଇଥାଏ ତାହାଲେ ବିବାହ ଭାଙ୍ଗି ଯାଇଥାଏ।

ଫାଇନାନ୍ସିଆଲ ଡିସିପ୍ଲିନ  ଅର୍ଥାତ ବିତ୍ତୀୟ ଅନୁଶାସନ ହେଉଛି ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ହୋଇଥିବ ଏବଂ ଯେକୌଣସି ଋଣ ଆବେଦନ କଲେ ଏଥିରେ ବାଧା ସୃଷ୍ଟି ହେଉନଥିବ। ଉଦାହରଣ ସ୍ୱରୂପ ଆପଣଙ୍କ ବିବାହ ଏଭଳି ପାର୍ଟନରଙ୍କ ସହିତ ହେବ ସେ ଡିଫଲ୍ଟର ହୋଇନଥିବେ। ବିବାହ ପରେ କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଋଣ କିମ୍ବା ହୋମ୍ ଲୋନ୍ ସହଜରେ ହୋଇପାରୁଥିବ। ଯଦି ପାର୍ଟନର ଡିଫଲ୍ଟର ହୋଇଥିବେ ଆପଣଙ୍କ ଘର କରିବା ସ୍ୱପ୍ନ ଅଧୁରା ହୋଇପାରେ।

ବିବାହ ସ୍ଥିର କରିବା ପୂର୍ବରୁ ଉଭୟଙ୍କ ଖର୍ଚ୍ଚ କରିବାର ଅଭ୍ୟାସ ଏବଂ ଋଣ କରିଥିବା ଟଙ୍କା ଉପରେ ଆଲୋଚନା କରିବା ଆବଶ୍ୟକ। କପଲ ଭାବେ ଆପଣଙ୍କୁ ନିୟମିତ ଭାବେ କ୍ରେଡିଟ୍ ହିଷ୍ଟ୍ରି ଚେକ୍ କରିନେବା ଉଚିତ। ଖାଲି ସେତିକି ନୁହେଁ କପଲ ଭାବେ ଆପଣ ଦୁହିଁଙ୍କ ମଧ୍ୟରେ କିଛି ପ୍ରଶ୍ନ କରିପାରିବେ। ଆପଣ ଋଣ ବୋଝରେ ଅଛନ୍ତି କି ନାହିଁ, ଯଦି ଅଛନ୍ତି ସମୟ ଅବଧି ମଧ୍ୟରେ ଟଙ୍କା ଦାଖଲ କରିପାରିବେ କି ନାହିଁ ଆଲୋଚନା କରିପାରିବେ।

କ୍ରେଡିଟ୍ ସ୍କୋର କ’ଣ?

ସିବିଲ ସ୍କୋର ଆପଣଙ୍କ କ୍ରେଡିଟ୍ ଇନଫରମେସନ ରିପୋର୍ଟ ଆଧାର ଉପରେ ସ୍ଥିର ହୋଇଥାଏ। ଏହି ରିପୋର୍ଟରେ ଆପଣ ବର୍ତ୍ତମାନ ସୁଦ୍ଧା କରିଥିବା ଲୋନ ଏବଂ କ୍ରେଡିଟ୍ କାର୍ଡର ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ। ଲୋନର ଇଏମଆଇ ଏବଂ କ୍ରେଡିଟ୍ କାର୍ଡ କେତେ ଥର ବ୍ୟବହାର କରିଛନ୍ତି ସେ ସମ୍ପର୍କରେ ଜାଣିପାରିବେ।  ଏହି ଆଧାରରେ ଆପଣଙ୍କ କ୍ରେଡିଟ୍ ସ୍କୋର ଜେନେରେଟ ହୋଇଥାଏ। ଆପଣଙ୍କ କ୍ରେଡିଟ୍ ସ୍କୋର କେତେ ରହିଛି ଆପଣ ଗୋଟିଏ ମିନିଟ ମଧ୍ୟରେ ଜାଣିପାରିବେ। ଏଥିପାଇଁ ଆପଣ ଏସବିଆଇ କିମ୍ବା ଅନ୍ୟ ବ୍ୟାଙ୍କର ୱେବସାଇଟକୁ ଯାଇ ଜାଣିପାରିବେ। ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଜରୁରୀ ତଥ୍ୟ ଜାଣିପାରିବେ।

Comment