ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟୁଆର କୋଡ୍ ସ୍କାନକରି ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ।

ଖୁବଶୀଘ୍ର ଆପଣ ବିନା ଡେବିଟ କାର୍ଡରେ ଏଟିଏମରୁ ଟଙ୍କା କାଢ଼ିପାରିବେ। ଏଥିପାଇଁ ମୋବାଇଲରେ କୌଣସି ଆପ୍ ମଧ୍ୟ ଡାଉନଲୋଡ କରିବାକୁ ପଡ଼ିବନାହିଁ। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଏହି କାମ ସହଜରେ କରିହେବ।

କ୍ୟୁଆର କୋଡ୍ ସ୍କାନକରି ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ। ଏଥିପାଇଁ ମୋବାଇଲ କ୍ୟାମେରା ଏବଂ ୟୁପିଆଇ ଏନବ୍ଲେଡ ଆପ୍‌ର ସହଯୋଗ ନେବାକୁ ପଡ଼ିବ।

ବ୍ୟାଙ୍କକୁ ଏଟିଏମ୍ ସର୍ଭିସ ଯୋଗାଉଥିବା କମ୍ପାନି ଏଜିଏସ୍ ଟ୍ରାନଜାକ୍ଟ ଟେକ୍ନୋଲୋଜି ଏଭଳି ନୂଆ କୌଶଳ ବିକଶିତ କରିଛି। ଫଳରେ ଗ୍ରାହକମାନେ ୟୁପିଆଇ ପ୍ଲାଟଫର୍ମ ବ୍ୟବହାର କରି ଟଙ୍କା ଉଠାଣ କରିପାରିବେ।

କ୍ୟୁଆର କୋଡ୍ ଯେକୌଣସି ୟୁପିଆଇ ଏନବ୍ଲେଡ ଆପ୍ ଦ୍ୱାରା ସ୍କାନ କରାଯାଇପାରିବ। ଆପଣ ଯେକୌଣସି ଜିନିଷ କିଣିଲେ ଲୋକେ ଯେମିତି ଟଙ୍କା ଦେଉଛନ୍ତି, ସେହିଭଳି ଏଟିଏମରେ କ୍ୟୁଆର କୋର୍ଡ ସ୍କାନ କରିବା ପରେ ଟଙ୍କା ମିଳିବ। ଏଭଳି ସୁବିଧା ପାଇଁ ଏବେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନସିପିଆଇ)ର ମଞ୍ଜୁରିକୁ ଅପେକ୍ଷା ରହିଛି।

ବ୍ୟାଙ୍କ ଉପରେ ପଡ଼ିବନି ବୋଝ

ଏଟିଏମ ନେଟୱର୍କ ଏବଂ ୟୁପିଆଇ ପ୍ଲାଟଫର୍ମକୁ କଣ୍ଟ୍ରୋଲ କରିଥାଏ ଏନପିସିଆଇ। ଉଭୟ ଏଟିଏମ୍ ଏବଂ ୟୁପିଆଇ ନେଟୱର୍କ ଗୋଟିଏ ଆର୍ଥିକ କ୍ଷେତ୍ର ପାଇଁ କାମ କରୁଛନ୍ତି। ୟୁପିଆଇ ପେମେଣ୍ଟ ଲଞ୍ଚ କରିବାକୁ ହେଲେ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ ପରିବର୍ତ୍ତନରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

Comment