ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଚାଲୁଥିବା ହକି ବିଶ୍ୱକପରେ ଶୁକ୍ରବାର ଦୁଇଟି ମ୍ୟାଚ୍ ଖେଳାଯିବ। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଥିବା ଅଷ୍ଟ୍ରେଲିଆ ସହ ଚୀନର ମୁକାବିଲା ହେବ। ସେହିପରି ଦ୍ୱିତୀୟ ମ୍ୟାଚରେ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ।

କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସତ୍ୱେ ଚୀନକୁ ହାଲକା ଭାବେ ନେବା ଅଷ୍ଟ୍ରେଲିଆ ପାଇଁ ବୋକାମି ହେବ। କାରଣ ଚୀନ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳି ମ୍ୟାଚ୍ ଡ୍ର ରଖିଛି। ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ପୁଲ-ବି’ର ଶୀର୍ଷ ସ୍ଥାନରେ ରହିଛି। ସେହିପରି ଚୀନ ୨ ଅଙ୍କ ପାଇଁ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗୋଲ ଅନ୍ତର ପାଇଁ ଗୋଟିଏ ଲେଖାଏଁ ପଏଣ୍ଟ ପାଇ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି।  ଶୁକ୍ରବାର ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଦଳ କ୍ୱାର୍ଟର ଫାଇନାଲ ଏବଂ କ୍ରସ ଓଭର ଖେଳିବାକୁ ଆଉ ସପ୍ତାହେ ରହିବେ। ଅନ୍ୟପଟେ ଖରାପ ପ୍ରଦର୍ଶନ କରିଥିବା ଦଳ ସ୍ୱଦେଶ ଫେରିଯିବାର ସଙ୍କେତ ମିଳିବ।

ଦୁଇ ଅଙ୍କ ପାଇଥିବା ଚୀନ ଯଦି ବିଜୟ ଲାଭ କରେ ନିଶ୍ଚିତ ଏହି ପୁଲ୍ ଗୋଳମାଳିଆ ହୋଇଯିବ। ସେହିଭଳି  ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିବାରୁ ଶୁକ୍ରବାର ମ୍ୟାଚ୍ ଜିତି ଅନ୍ୟୁନ କ୍ରସ ଓଭର ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିବେ। କାରଣ ଏହି ମ୍ୟାଚରେ ପରାଜିତ ଦଳ ନିଶ୍ଚୟ ବିଦାୟ ନେଇଯିବ। ପୁଲର ଶୀର୍ଷ ଦଳ ଆସନ୍ତା ବୁଧବାର ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ।

Comment