ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୪ରୁ ପର୍ଥ ଟେଷ୍ଟ ମ୍ୟାଚ, ସିରିଜ ଜିତିବାକୁ ଭାରତର ଲକ୍ଷ୍ୟ।

ଅଷ୍ଟ୍ରେଲିଆ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ ଶୁକ୍ରବାରଠାରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ୧୩ ଖେଳାଳୀଙ୍କୁ ଚୟନ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଟେଷ୍ଟ ମ୍ୟାଚ ପର୍ଥଠାରେ ଖେଳାଯିବ।

ତେବେ ଦ୍ଵିତୀୟ ଟେଷ୍ଟ ପାଇଁ ଚୟନ ହୋଇଥିବା ଖେଳାଳୀଙ୍କ ମଧ୍ୟରୁ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ରବି ଚନ୍ଦ୍ରନ ଅଶ୍ଵିନ ବାଦ ପଡ଼ିଛନ୍ତି।

ଚୟନ ହୋଇଥିବା ୧୩ ଖେଳାଳିଙ୍କ ଭିତରେ ରହିଛନ୍ତି କ୍ୟାପଟେନ ବିରାଟ କୋହଲି, ମୁରଲୀ ବିଜୟ, କେ ଏଲ ରାହୁଲ, ଚେତେଶ୍ଵର ପୂଜାରା,  ଆଜିଙ୍କ୍ୟା ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଈଶାନ୍ତ ଶର୍ମା, ମହମ୍ମଦ ଶାମି,ଯଶପ୍ରୀତ ବୁମ୍‌ରା, ଭୁବନେଶ୍ଵର କୁମାର, ଉମେଶ ଯାଦବ।

ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ପରେ ଭାରତ ଦ୍ଵିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଜୋର କରିଛି।

ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଇଥିଲା। ସେହି ମ୍ୟାଚରେ ୩୧ ରନରେ ଭାରତ ବିଜୟ ହାସଲ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।

 

Comment