ଓଡ଼ିଶାଲାଇଭ ବ୍ୟୁରୋ
ଛତିଶଗଡ଼ରେ କଂଗ୍ରେସ ଶାସନକୁ ଆସିବା ଏବଂ ବିଜେପି ଶାସନରୁ ହଟିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦକୁ ନେଇ ଆଶା ସଞ୍ଚାର ହୋଇଛି।
ଗୁରୁବାର ସମ୍ବଲପୁରରେ ଜାତୀୟ କଂଗ୍ରେସ ସମ୍ପାଦକ ମସ୍ତାନ ଅଲ୍ଲି ଖାନ୍ କହିଛନ୍ତି, “ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ଲୋକଙ୍କୁ ବସାଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଲୋଚନା କରିବେ। ମହାନଦୀ ପ୍ରସଙ୍ଗରେ ଓଡ଼ିଶାବାସୀ କିପରି ଲାଭ ପାଇପାରିବେ ସେନେଇ ଧ୍ୟାନ ଦିଆଯିବ।”
କିଛିମାସ ପୂର୍ବରୁ ଛତିଶଗଡ଼ ସରକାର ବେଆଇନ ଭାବେ ବ୍ରିଜ ନିର୍ମାଣ କରିଥିବାରୁ ଛତିଶଗଡ଼ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ଆସୁଥିବାରୁ ଏ ବିବାଦର ସମାଧାନ ହୋଇପାରେ ବୋଲି ଆଶା କରାଯାଉଛି। ସେପଟେ ସମ୍ବଲପୁର ବିଧାୟିକା ଛତିଶଗଡ଼ରେ କଂଗ୍ରେସ ସରକାର ଆସିବାକୁ ନେଇ ଆସ୍ଥା ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଓଡ଼ିଶାର ସମାନ ଦାବି ରହିବ।


















