ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନୁଷ୍କା ଶର୍ମାଙ୍କଠାରୁ ପ୍ରିୟଙ୍କା ଚୋପ୍ରାଙ୍କ ଯାଏଁ ବଲିଉଡ ନାୟିକା ବିବାହ ପରେ କେତେ ଟଙ୍କାର ମୂଲ୍ୟବାନ୍‌ ମଙ୍ଗଳସୂତ୍ର ପିନ୍ଧିଥିଲେ ଜାଣନ୍ତି!

ବଲିଉଡରେ ବାହାଘରର ସିଜିନ୍‌ ଚାଲିଛି। ବିବାହ ସମୟରେ ସିନ୍ଦୂର ବ୍ୟତୀତ ଅନ୍ୟ ଏକ ମୂଲ୍ୟବାନ ସାମଗ୍ରୀ ଅଛି ଯାହାର ମହତ୍ତ୍ୱ ଢ଼େର ଅଧିକ। ଆଉ ତାହା ହେଉଛି ମଙ୍ଗଳସୂତ୍ର, ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା, ସୋନମ୍‌ କପୁର, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍‌ ବିବାହ ପରେ ୱେଷ୍ଟର୍ଣ୍ଣ ଡ୍ରେସ୍‌ ପିନ୍ଧିଛନ୍ତି, ମାତ୍ର ସେମାନେ ବାହାଘର ପରେ ମଙ୍ଗଳସୂତ୍ର ଅବଶ୍ୟ ପିନ୍ଧିଛନ୍ତି। ଏବେ ଆସନ୍ତୁ ଜାଣିବା କେଉଁ ବଲିଉଡ ନାୟିକାଙ୍କର ମଙ୍ଗଳସୂତ୍ରର ମୂଲ୍ୟ କେତେ

ପ୍ରଥମେ କଥା ହେବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ କଥା। ବିବାହ ପରେ ମିସେସ୍‌ ପ୍ରିୟଙ୍କା ନିକ୍‌ ଜୋନ୍‌ସ ରୂପେ ମିଡିଆ ସାମ୍ନାକୁ ଆସିଥିଲେ। ସେହି ସମୟରେ ତାଙ୍କ ଗଳାରେ ପ୍ରଖ୍ୟାତ ଫ୍ୟାସନ୍‌ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ମଙ୍ଗଳସୂତ୍ର ଥିଲା। ପ୍ରିୟଙ୍କାଙ୍କ ଗୋଲ୍ଡ ଚେନ୍‌ଥିବା ମଙ୍ଗଳସୂତ୍ରରେ ଟିୟର୍‌ ସେପ୍‌ଡ ଡାଇମଣ୍ଡ ଲକେଟ୍ ଥିଲା। ତା’ ଉପରେ ୩ଟି ହୀରା ଷ୍ଟୋନ ବି ଲାଗିଥିଲା। ଏହି ମଙ୍ଗଳସୂତ୍ରର ମୂଲ୍ୟ ସଠିକ୍‌ ଜଣାପଡ଼ିନଥିଲେ ବି ନିଶ୍ଚିତ ରୂପେ କୁହାଯାଇପାରେ ଯେ ପ୍ରିୟଙ୍କା ଚୋପ୍ରାଙ୍କ ମଙ୍ଗଳ ସୂତ୍ରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।

ଇଟାଲିରେ ରଣବୀର ସିଂହଙ୍କୁ ବିବାହ କରିବା କରି ଦୀପିକା ପାଦୁକୋନ୍‌ ଯେତେବେଳେ ଭାରତ ଫେରିଥିଲେ, ସେତେବେଳେ ତାଙ୍କ ଗଳାରେ ଏକ ମଙ୍ଗଳସୂତ୍ର ଥିବାର ଦେଖିବାକୁ ମିଳିଥିଲା। ଏହି ମଙ୍ଗଳସୂତ୍ରରେ ବ୍ଲାକ୍ ଓ ଗୋଲ୍‌ଡେନ୍‌ କଲରର ମୋତି ଲାଗିଥିଲା। ମଝିରେ ଏକ ସଲି ଟାୟାର ବି ଲାଗିଥିଲା। ଏହି କାରଣରୁ ଦୀପିକା ପାଦୁକୋନ୍‌ଙ୍କ ମଙ୍ଗଳସୂତ୍ରର ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ବି ଟାଉନରେ ଗସିପ୍ ହେଉଛି।

ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ନିକଟରେ ସେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଅନୁଷ୍କା ଶର୍ମା କ୍ରିକେଟର୍‌ ବିରାଟ କୋହଲୀଙ୍କୁ ବିବାହ କରିଛନ୍ତି। ଅନୁଷ୍କାଙ୍କ ମଙ୍ଗଳସୂତ୍ରର ମୂଲ୍ୟ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ତୁଳନାରେ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ଅନୁଷ୍କା ଶର୍ମାଙ୍କ ମଙ୍ଗଳସୂତ୍ରରେ ଏକ ବଡ଼ ହୀରାର ଡିଜାଇନ୍‌ର ଲକେଟ୍‌ ଲାଗିଥିଲା। ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ବୋଲି କୁହାଗଲା।

ସବୁଠାରୁ ଦାମିକା ମଙ୍ଗଳସୂତ୍ର ପିନ୍ଧିଥିବା ନାୟିକାଙ୍କ ତାଲିକାରେ ଆଉ ଜଣେ ଟପ୍‌ ହିରୋଇନ୍‌ ଅଛନ୍ତି। ସେ ହେଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍ୱର୍ଯ୍ୟା ଏବେ ଅବଶ୍ୟ ମଙ୍ଗଳସୂତ୍ର ପିନ୍ଧୁଥିବାର ଖୁବ୍‌ କମ୍‌ ଦେଖିବାକୁ ମିଳୁଛି। ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଗୋଲ୍ଡ ଓ ଡାଇମଣ୍ଡ୍ ମଙ୍ଗଳସୂତ୍ରର ମୂଲ୍ୟ ୪୫ ଲକ୍ଷ ଟଙ୍କା ଥିଲା ବୋଲି ଚର୍ଚ୍ଚା ହୋଇଥିଲା।

ବଲିଉଡର ହସକୁରୀ ଗର୍ଲ ସୋନମ୍‌ କପୁର ବି ବିବାହ ସମୟରେ ଏକ ମଙ୍ଗଳସୂତ୍ର ପିନ୍ଧିଥିଲେ। ଏହା ତାଙ୍କୁ ସ୍ବାମୀ ଆନନ୍ଦ ଆହୁଜା ଉପହାର ସ୍ୱରୂପ ଦେଇଥିଲେ। ସୋନମ କପୁରଙ୍କ ଏହି ମଙ୍ଗଳସୂତ୍ରର ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା ବୋଲି ଚର୍ଚ୍ଚା ହୋଇଥିଲା।

Comment