ଓଡ଼ିଶାଲାଇଭ୍‌ ବ୍ୟୁରୋ

ନନ୍ଦନକାନନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ଘଟିଛି। ମୃତ ବାଘୁଣୀର ନାଁ ପ୍ରିୟଙ୍କା ଓ ତା’ର ବୟସ ୧୯ ବର୍ଷ ୫ ମାସ ବୋଲି ଜଣାପଡ଼ିଛି। ବୟସ ଅଧିକ ହୋଇଥିବାରୁ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ଘଟିଛି।

ଗତ ଦୁଇ ବର୍ଷ ହେଲା ପ୍ରିୟଙ୍କା ଅସୁସ୍ଥ ଥିଲା ଏବଂ ତା’ର ଚିକିତ୍ସା ଚାଲିଥିଲା। ପ୍ରିୟଙ୍କର ମୃତ୍ୟୁ ପରେ ନନ୍ଦନକାନନ ବାଘ ସଂଖ୍ୟା ୨୬କୁ ଖସିଛି। ୨୦୦୦ ମସିହା ମାର୍ଚ୍ଚ୨୫ରେ ଜନ୍ମ ହୋଇଥିଲା ପ୍ରିୟଙ୍କା।

Comment