ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଏକ ମହିଳାଙ୍କର ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ମହିଳା ଜଣକ କାନ୍ଧରେ କୋଦାଳ ପକାଇଛନ୍ତି। କ୍ଷେତରେ ଛିଡ଼ା ହୋଇଛନ୍ତି ଏବଂ ଦେଖିବାକୁ ଅବିକଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି।
ଉତ୍ତର ପଶ୍ଚିମ ସ୍ପେନରେ ଏକ ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟ ରିପୋଟିଂ ପାଇଁ ଗ୍ରାମୀଣ କ୍ଷେତକୁ ଯାଇଥିଲେ। ଯେଉଁଠି ସେହି ସାମ୍ବାଦିକ ଜଣଙ୍କ ଏକ ଫାର୍ମିଙ୍ଗ ଆର୍ଟିକିଲ ଉପରେ ରିସର୍ଚ୍ଚ କରିବା ପାଇଁ ଡୋଲୋରେସ ଲେଇସ ଆଣ୍ଟିଲୋ ନାମକ ମହିଳାଙ୍କୁ ଭେଟିଲେ। ଯିଏ କି ପୂରାପୂରି ଭାବରେ ଟ୍ରମ୍ପଙ୍କ ଭଳି ଦେଖିବାକୁ। ଯାହାଙ୍କର ନାମ ଆଣ୍ଟିଲୋ।
ସେ ପେଶାରେ ଜଣେ ଚାଷୀ ଅଟନ୍ତି। ସେହି ସାମ୍ବାଦିକ ଜଣଙ୍କ ଇଣ୍ଟରନେଟରେ ତାଙ୍କ ଫଟୋ ସେୟାର କଲେ। ଯେଉଁଠି ମହିଳା ଜଣଙ୍କ କାନ୍ଧରେ କୋଦାଳ ଧରି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଫଟୋଟିକୁ ଭଲ ରେସପନ୍ସ ମିଳିଥିଲା। ଦେଖୁଦେଖୁ ବହୁତ ଜଲଦି ଇଣ୍ଟରନେଟରେ ଫଟୋଟି ଭାଇରାଲ ହୋଇଗଲା।

ଇଣ୍ଟରନେଟ ସେଲିବ୍ରିଟି
ରିପୋର୍ଟ ଅନୁଯାୟୀ, ଆଣ୍ଟିଲୋଙ୍କ ବିବାହକୁ ୪୦ ବର୍ଷ ହୋଇଗଲାଣି। ସେ ସେବେଠାରୁ ସେହି ଗାଁରେ ରହି ଆସୁଛନ୍ତି। ତାଙ୍କ ପାଖରେ ଫୋନ କିମ୍ବା କମ୍ପ୍ୟୁଟର ନାହିଁ କିନ୍ତୁ ସେ ଏବେ ଇଣ୍ଟରନେଟରେ ସେଲିବ୍ରିଟି ହୋଇଯାଇଛନ୍ତି। ଆଣ୍ଟିଲୋଙ୍କର ଫଟୋ ଟୁଇଟରରେ ସିନୋରା ଟ୍ରମ୍ପ ହ୍ୟାସଟ୍ୟାଗ ସହିତ ସେୟାର କରାଯାଉଛି। ସିନୋରା ଟ୍ରମ୍ପ ର ଅର୍ଥ ହେଉଛି ଶ୍ରୀମତି।
ଏହି ଘଟଣା ପରେ ଆଣ୍ଟିଲୋଙ୍କର ଅନେକ ଖବର କାଗଜରେ ଇଣ୍ଟରଭ୍ୟୁ ନିଆଗଲା। ଆଣ୍ଟିଲୋଙ୍କର ଝିଅ ଆନାକୁ ଇଣ୍ଟରନେଟ ବିଷୟରେ ବହୁତ ଭଲ ଭାବରେ ଜଣାଅଛି। ସେ ନିଜର ମା’କୁ ଇଣ୍ଟରନେଟରେ ଲୋକପ୍ରିୟ ହେଉଥିବାର ଦେଖି ବହୁତ ଖୁସି ହେଉଛନ୍ତି।
ଆଣ୍ଟିଲୋ ଆଳୁ ଚାଷ କରନ୍ତି। ସେ ସ୍ପାନିସ ଅଟନ୍ତି। ସେ ଗ୍ୟାଲେସିୟନ ସମ୍ପ୍ରଦାୟର ବାସିନ୍ଦା ଅଟନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସ୍ପେନରେ ଟ୍ରମ୍ପ ଲୋକପ୍ରିୟ ନୁହଁନ୍ତି। ସୋସିଆଲ ମିଡିଆରେ ଆଣ୍ଟିଲାଙ୍କୁ ଟ୍ରମ୍ପଙ୍କର ତୁଳନା କରି ବହୁତ ମଜା ନେଉଛନ୍ତି ୟୁଜର୍ସମାନେ।


















