ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଜେଲରେ ୬ ବର୍ଷ ରହି ମଙ୍ଗଳବାର ଭାରତୀୟ ଯୁବକ ହମିଦ ନିହାଲ ଆଂସାରୀ ଭାରତ ଫେରୁଛନ୍ତି। ଡିସେମ୍ବର ୧୬ ଶନିବାର ହମିଦ ଜେଲରୁ ବାହାରିଥିଲେ।

୨୦୧୨ରୁ ନଭେମ୍ବରରେ ତାଙ୍କୁ ପାକିସ୍ତାନର କୋହାଟରୁ ଗିରଫ କରାଯାଇଥିଲା। ହମିଦଙ୍କର ୨୦୧୨ରେ ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତ୍ଵ ହୋଇଥିଲା। ଆଉ କିଛିଦିନର ସମ୍ପର୍କ ପରେ ତାଙ୍କୁ ଭେଟିବା ପାଇଁ ବେଆଇନ ଭାବେ ପାକିସ୍ତାନରେ ପହଞ୍ଚିଥିଲେ ହମିଦ। ସେ ଆଫଗାନିସ୍ତାନରୁ ପାକିସ୍ତାନକୁ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ପାକିସ୍ତାନରେ ତାଙ୍କୁ ଭାରତୀୟ ଜାସୁସ୍ ଓ ପାକ୍ ବିରୋଧୀ ବୋଲି କୁହାଯାଇଥିଲା। ଗିରଫ ପରେ ତାଙ୍କୁ ପେଶ୍ଵୱାରର ସେଣ୍ଟ୍ରାଲ ଜେଲରେ ୬ବର୍ଷ ରଖାଯାଇଥିଲା।

ହମିଦ ମ୍ୟାନେଜମେଣ୍ଟ ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ ଏଥିସହ ତାଙ୍କୁ ପାକିସ୍ତାନ ଯିବା ପୂର୍ବରୁ  ମୁମ୍ବାଇର ଏକ କଲେଜରେ ଅଧ୍ୟାପକ ଚାକିରି ମଧ୍ୟ ମିଳିଥିଲା। ହିମଦଙ୍କ ବାପା ବ୍ୟାଙ୍କରେ ଚାକିରି କରୁଥିଲାବେଳେ ମା’ ମୁମ୍ବାଇର ଏକ କଲେଜରେ ଭାଇସ୍ ପ୍ରିନ୍ସପାଲ ଥିଲେ।

ତେବେ ୨୦୧୨ରେ କୋହାଟର ଏକ ଝିଅ ସହ ସୋସିଆଲ ମିଡିଆରେ ସମ୍ପର୍କ ହେବାପରେ ସେ ସେ ତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। ଏନେଇ ସେ ବାର ବାର ଭିସା ପାଇଁ ଆବେଦନ କରିଥିଲେ ବି ତାଙ୍କୁ ଭିସା ମିଳିନଥିଲା। ଶେଷରେ ସେ ବେଆଇନ ଉପାୟରେ ପାକିସ୍ତାନରେ ପହଞ୍ଚିଥିଲେ।

ହମିଦଙ୍କ ବାପା, ମା’ ଦୀର୍ଘଦିନରୁ ପୁଅକୁ ଜେଲରୁ ବାହାର କରିବା ପାଇଁ ଆବେଦନ କରି ଆସୁଥିଲେ। ନିକଟରେ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, କଏଦୀଙ୍କ ଦଣ୍ଡ ଅବଧି ଶେଷ ହେବା କ୍ଷଣି ତାଙ୍କୁ ଭାରତ ପଠାଯାଉ। ଡିସେମ୍ବର  ୧୫ରେ ତାଙ୍କ ଦଣ୍ଡ ଅବଧି ସରିଥିଲାବେଳେ ହମିଦଙ୍କ ଓକିଲ ତାଙ୍କୁ ବାହାର କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଶେଷରେ ହମିଦ ମଙ୍ଗଳବାର ନିଜ ଦେଶକୁ ଫେରୁଛନ୍ତି। ଯାହାକୁ ନେଇ ପରିବାର ଲୋକ ଖୁସି ଅଛନ୍ତି।

Comment