ଓଡ଼ିଶାଲାଇଭ୍ ବ୍ୟୁରୋ


ଜାନୁଆରୀ-୧ରୁ ଟିଭି ଦେଖା ମହଙ୍ଗା ହେବ। ଲୋକମାନେ ଦେଉଥିବା କେବୁଲ ଓ ଡିଟିଏଚ ବିଲ ବଢ଼ିଯିବ। ଟିଭି ଦେଖା ଲାଗି ଆପଣଙ୍କୁ ଦେବାକୁ ପଡ଼ିବ ୪୩୦ରୁ ୪୪୦ ଟଙ୍କା। ଏହି ନିୟମ୍ ଲାଗୁ ହେଲେ ଟିଭି ଚ୍ୟାନେଲ ଗୁଡ଼ିକର ଦାମ୍‌ ବଢିପାରେ।

ଏବେ ଲୋକମାନେ କେବୁଲ କିମ୍ବା ଡିଟିଏଚ ସେବା ଲାଗି ମାସକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ବିଲ୍ ଦେଉଛନ୍ତି। ଏହା ସହିତ ସେମାନେ ଗୋଟିଏ ପ୍ୟାକ୍‌ରେ ଅନେକଗୁଡ଼ିଏ ଚ୍ୟାନେଲ୍‌କୁ ଦେଖିବି ପାରୁଛନ୍ତି। ଜାନୁଆରୀରୁ ଆସୁଥିବା ଏହି ନୂଆ ନିୟମରେ ଲୋକମାନେ ନିଜ ପସନ୍ଦର ଚ୍ୟାନେଲ ପସନ୍ଦ କରିପାରିବେ। ମାତ୍ର ସମସ୍ୟା ହେଉଛି କି ସେମାନଙ୍କୁ ଅଲଗା ଅଲଗା ଦାମ୍ ଦେବାକୁ ପଡ଼ିବ ଏଥିଲାଗି।

ଉପଭୋକ୍ତା ମାନଙ୍କୁ ପ୍ରଥମ ୧୦୦ଟି ଚ୍ୟାନେଲ ପାଇଁ ୧୩୦ଟଙ୍କା ସହିତ ଟିକସ ଦେବାକୁ ପଡ଼ିବ। କିନ୍ତୁ ୧୦୦ ଭିତରେ ଜି, ଷ୍ଟାର କିମ୍ବା ସୋନି ପରି କୌଣସି ଲୋକପ୍ରିୟ ଚ୍ୟାନେଲ ନାହିଁ। ଆଉ ଏସବୁ ଚ୍ୟାନେଲ ପାଇଁ ଅଲଗା ଅଲଗା ଟଙ୍କା ଦେବାକୁ ପଡ଼ିବ।

ଦେଶରେ ପ୍ରମୁଖ ସଂସ୍ଥାଗୁଡିକ ନିଜର ସବୁ ଚ୍ୟାନେଲର ଅଲଗା ଅଲଗା ଦର ନିର୍ଧାରଣ କରିଛନ୍ତି। ସେ ବାବଦରେ ଟିଭି ସ୍କ୍ରିନ୍‌ରେ ସୂଚନା ମଧ୍ୟ ଦେଇ ସାରିଛନ୍ତି। ଅଧିକାଂଶ ଚ୍ୟାନେଲର ଦାମ୍ ୫ରୁ ୧୯ଟଙ୍କା ମଧ୍ୟରେ ରହିଛି।

Comment