ଓଡ଼ିଶା ଲାଇଭ୍‌ ବ୍ୟୁରୋ

ନିଖୋଜ ନାବାଳିକାଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି। ଗାଁରେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ବିରୋଧ। ଅଧିକ କ୍ଷତିପୂରଣ ଦାବିରେ ବିରୋଧ କରିଛନ୍ତି ଗାଁ ଲୋକେ।

କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲାଣି। ସେମାନଙ୍କ ମଧ୍ୟରେ ୭ ଶିଶୁ ଅଛନ୍ତି। ତେବେ ଏବେବି ଜଣେ ନାବାଳିକା ନିଖୋଜ ଅଛନ୍ତି, ତାଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ ଟିମ୍‌ ସାମିଲ ହୋଇଛି। ଅନ୍ୟପଟେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଖୁବ ଶିଘ୍ର ନିଖୋଜ ନାବାଳିକାଙ୍କ ଉଦ୍ଧାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ କ୍ଷତିପୂରଣ ଦେବାକୁ ବିଧାୟକ, ସାଂସଦ, ମନ୍ତ୍ରୀ ଯାଇଥିବା ବେଳେ ସେମାନଙ୍କୁ ବିରୋଧ କରାଯାଇଛି। ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦେବାକୁ ଯିବା ବେଳେ ଗାଁ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଛି। ମନ୍ତ୍ରୀ ପ୍ରଫୁଲ ସାମଲ, କୂଳମଣି ସାମଲ, ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରାଯାଇଛି। ଅଧିକ କ୍ଷତିପୂରଣ ଦାବିରେ ବିରୋଧ କରିଛନ୍ତି ଗାଁ ଲୋକେ। ବିରୋଧ ପାଇଁ କିଛି ଲୋକ ଅନୁକମ୍ପା ରାଶି ଗ୍ରହଣ କରିନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ମାତ୍ର ଗାଁ ଲୋକେ ଏହାକୁ ସର୍ବନିମ୍ନ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ଏପରିକି ଗୁରୁବାର ଦିନ କିଛିସମୟ ଲାଗି ରାସ୍ତାରୋକ ବି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here