ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ବର ୨୨ରେ ଲେଉଟିବ ଶୀତ। ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ରାତିର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ୨୪ ତାରିଖ ପରେ ଉପକୂଳ ଓଡ଼ିଶା ଉପରେ କିଛିଟା ପ୍ରଭାବ ପଡ଼ିବ। ରାତିରେ ପାରଦ ଦୁଇ ଡିଗ୍ରି ପର୍ଯ୍ୟନ୍ତ କମିପାରେ। କିଛିଟା ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଘୂର୍ଣ୍ଣିଝଡ଼ ଓଡ଼ିଶା ଅତିକ୍ରମ କରିଥିବାରୁ ବୁଧବାରଠାରୁ ରାଜ୍ୟରେ ଦିନର ତାପମାତ୍ରା ବଢ଼ିଛି। ସାରା ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବାକୁ ଆରମ୍ଭ କରିଛି। ଦାରିଙ୍ଗିବାଡ଼ି, କନ୍ଧମାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇବ।  ୨୪ରୁ କ୍ରମାଗତ ଭାବେ ୨ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ରାତିର ତାପମାତ୍ରା ବୁଧବାରଠାରୁ କ୍ରମାଗତ ଭାବେ ୫ ଡିଗ୍ରି ପର୍ଯ୍ୟନ୍ତ କମିବ।

Comment