ଓଡ଼ିଶାଲାଇଭ୍ ବ୍ୟୁରୋ

ଖ୍ରୀଷ୍ଟମାସକୁ ଅଧିକ ସ୍ପେଶାଲ କରିବା ପାଇଁ ସମ୍ପର୍କୀୟକୁ ଦିଅନ୍ତୁ ବିଶେଷ ଉପହାର।

ଖ୍ରୀଷ୍ଟାମାସକୁ ଆଉ ୩ ଦିନ ଦିନ ରହିଛି। ଏହି ପବିତ୍ର ଦିନଟିକୁ ପାଳନ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହାକୁ ସ୍ମରଣୀୟ କରିବାକୁ ଲୋକେ ପରସ୍ପରକୁ ଉପହାର ଦେଇଥାନ୍ତି। ଅଧିକାଂଶ ଲୋକ ସାଙ୍ଗ ବା ସମ୍ପର୍କୀୟଙ୍କୁ କ’ଣ ଉପହାର ଦେବେ ସେନେଇ ଚିନ୍ତାରେ ପଡ଼ିଥାନ୍ତି।

ପବିତ୍ର ଖ୍ରୀଷ୍ଟମାସରେ ସମ୍ପର୍କୀୟଙ୍କୁ ଉପହାର ଦେଇ ଦିନଟିକୁ ଆହୁରି ସ୍ପେଶାଲ କରିପାରିବେ। ତେବେ ଜାଣନ୍ତୁ ଆପଣ କ’ଣ ଉପହାର ଏହି ଅବସରରେ ଦେଇପାରିବେ।

ଚକୋଲେଟ ବକ୍ସ

ଖ୍ରୀଷ୍ଟମାସ ଅବସରରେ ଚକୋଲେଟ ଓ ମିଠା ଉପହାର ଦେବା ପୁରାତନ ସମୟରୁ ଚାଲି ଆସୁଛି। ଚକୋଲେଟ ଅଧିକାଂଶ ଲୋକଙ୍କର ପସନ୍ଦ ହୋଇଥାଏ। ଉପହାର ଦେବାପାଇଁ ଚକୋଲେଟ ବକ୍ସ  ସବୁଠାରୁ ଭଲ ମାଧ୍ୟମ। ହେଲେ ଏହାର ପ୍ୟାକିଙ୍ଗ ସୁନ୍ଦର ଓ ଖ୍ରୀଷ୍ଟମାସ ଥିମ ଉପରେ ହୋଇଥିବା ଦରକାର।

ଖ୍ରୀଷ୍ଟମାସ କ୍ୟାଣ୍ଡେଲ 

ଖ୍ରୀଷ୍ଟମାସ ଆଲୋକର ପର୍ବ ଅଟେ। ଏହି ଅବସରରେ ସାଙ୍ଗସାଥୀଙ୍କୁ ଖ୍ରୀଷ୍ଟମାସ କ୍ୟାଣ୍ଡେଲ ଉପହାର କରି ତାଙ୍କୁ ଶୁଭକାମନା ଦେଇପାରିବେ। ଖ୍ରୀଷ୍ଟମାସ ଥିମରେ ପ୍ରସ୍ତୁତ ହୋଇଥିବା କୌଣସି ବି କ୍ୟାଣ୍ଡେଲ ଉପହାର ଦେଇପାରିବେ।

ହ୍ୟାଣ୍ଡ ବ୍ୟାଗ୍

ଯଦି କୌଣସି ମହିଳାଙ୍କୁ ଉପହାର ଦେବାର ଥାଏ ତେବେ ହ୍ୟାଣ୍ଡ ବ୍ୟାଗ୍ ସବୁଠୁ ଭଲ ଉପହାର। ଖ୍ରୀଷ୍ଟମାସ ଅବସରରେ ଲାଲ ରଙ୍ଗର ହ୍ୟାଣ୍ଡ ବ୍ୟାଗ୍ ଏକ ଉତ୍ତମ ଉପହାର ହୋଇପାରିବ।

ଖ୍ରଷ୍ଟମାସ ଟ୍ରି

ଏହି ପବିତ୍ର ଅବସରରେ ଆପଣ ଖ୍ରୀଷ୍ଟମାସ ଟ୍ରି ଉପହାର ଦେଇପାରିବେ।

ଫୁଲ

କୌଣସି ବିଶେଷ ଅବସରରେ ଫୁଲ ହିଁ ଶୋଭା ବଢ଼ାଇଥାଏ। ବିନା ଫୁଲରେ ସବୁ ପବିତ୍ର ଦିନ ଅସମ୍ପୂର୍ଣ୍ଣ ଲାଗେ। ଫୁଲ ଏକ ଏପରି ଉପହାର ଯାହାକୁ ଆପଣ ସବୁ ବୟସର ଲୋକଙ୍କୁ ଦେଇପାରିବେ।

Comment