ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମଦିନ ହେଉ ଅଥବା ବିବାହ ଉତ୍ସବ, ପାର୍ଟି ଫଙ୍କସନକୁ ଆସିଥିବା ଅତିଥିମାନେ ଉପହାର ଦେଇଥାଆନ୍ତି। ଅଷ୍ଟ୍ରେଲିଆରେ ଏକ ବିବାହ ଉତ୍ସବରେ ଏମିତି ମଧ୍ୟ ଘଟିଥିଲା। ଏକ ବିବାହ ଉତ୍ସବରେ ଯୋଗଦେବାକୁ ପୁଅ ଘରର ଜଣେ ଦୂର ସମ୍ପର୍କୀୟ ଆସିଥିଲେ। ନବ ଦମ୍ପତିଙ୍କୁ ଉପହାର ମଧ୍ୟ ଦେଇଥିଲେ। ମାତ୍ର ବିବାହର ୩ ମାସ ପରେ ସେ ତାଙ୍କ ଉପହାର ମାଗି ନେଇଥିଲେ।

ପ୍ରକୃତ ଘଟଣା ହେଲା, ସମ୍ପର୍କୀୟ ଜଣଙ୍କ ଉପହାର ସ୍ୱରୂପ ୧୬୦ ପାଉଣ୍ଡ (୧୪ ହଜାର ୫ଶହ ଟଙ୍କା)ର ଏକ ଚେକ୍ ଦେଇଥିଲେ। ମାତ୍ର ଦେବାର ୩ ମାସ ପରେ ତାଙ୍କ ନିକଟକୁ ଏକ କଲ୍ ଆସିଥିଲା। ସେଇ ସମ୍ପର୍କୀୟ ତାଙ୍କୁ ଫୋନ୍ କରି କହିଥିଲେ, ସେ ୧୬ ପାଉଣ୍ଡ (୧୫ଶହ) ଟଙ୍କା ଦେବାକୁ ଚାହୁଁଥିଲେ। ମାତ୍ର ଭୁଲରେ ଏତେ ଟଙ୍କାର ଚେକ୍ ଦେଇ ଦେଇଛନ୍ତି। ତେଣୁ ତାଙ୍କୁ ୧୪୪ ପାଉଣ୍ଡ (୧୩ ହଜାର) ଟଙ୍କା ଫେରାଇ ଦେବାକୁ କହିଥିଲେ। ଏଥିରେ ପୁଅ ଘର ଲୋକେ ରାଗିଯାଇ  ଚେକଟିକୁ ଫେରାଇ ଦେଇଥିଲେ। ନବବଧୂ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଏହା ଲେଖି ଶେୟାର କରିଛନ୍ତି।

LEAVE A REPLY

Please enter your comment!
Please enter your name here