ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟରାତ୍ରୀରେ ଧରାବତରଣ କଲେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ବିଭିନ୍ନ ଚର୍ଚ୍ଚ ଉତ୍ସବମୁଖର ହୋଇ ଉଠିଛି। ଭକ୍ତମାନେ ଯୀଶୁଙ୍କ ପାଦ ସ୍ପର୍ଶ କରି ଖୁସି ମନାଉଛନ୍ତି।

ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ବିଭିନ୍ନ ଚର୍ଚ୍ଚରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଚର୍ଚ୍ଚଗୁଡ଼ିକ ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଛି। ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଚର୍ଚ୍ଚରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ।

ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁରର ବିଭିନ୍ନ ଚର୍ଚ୍ଚରେ ଭକ୍ତମାନେ ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଥିଲେ। ଯୀଶୁ ଧରାବତରଣ କରିବା ମାତ୍ରେ ସମସ୍ତେ ଖୁସିରେ ନାଚି ଉଠିଥିଲେ।

ବୁଧବାର ଦିନ ବିଭିନ୍ନ ଚର୍ଚ୍ଚରେ ମଧ୍ୟ ବଡ଼ ଦିନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment