ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଛି ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଛି। ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ୩ ଚର୍ଚ୍ଚ, ୨ଟି ହୋଟେଲ ଓ ଅନ୍ୟ ଏକ ସ୍ଥାନ ସହ ମୋଟ ୬ଟି ସ୍ଥାନରେ ଘଟିଛି ଏହି ବସ୍ଫୋରଣ।

ବିସ୍ଫୋରଣରେ ଲଗାତର ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଖବର ସରବରାହ ସଂସ୍ଥା ଏନ୍‌ଆଇ ପକ୍ଷରୁ ସଦ୍ୟ ଜାରି ହୋଇଥିବା ରିପୋର୍ଟ  ଅନୁଯାୟୀ ବିସ୍ଫୋରଣରେ ୧୨୯ଜଣ ପ୍ରାଣ ହରାଇଛନ୍ତି ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତିା

ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥବା ସନ୍ଦେହ କରାଯାଉଛିା

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକିଛନ୍ତିା

Comment