ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ କାଡ୍ଡପା ଜିଲ୍ଲାରେ ଶନିବାର ଏହ ଅଭାବନୀୟ ଘଟଣା ଘଟିଛି। ଏକ ଚୂନପଥର ଖଣିରେ ବିସ୍ଫୋରଣ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ବି ସେଠାରେ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।କାଲସାପାଡୁ ବ୍ଲକର ମାମିଲ୍ଲାପାଲ୍ଲେ ଗାଁରେ ଏକ ଡୂନ ପଥର ଖଣିରେ ସବୁଦିନ ପରେ ଶନିବାର ମଧ୍ୟ ଶ୍ରମିକମାନେ କାମ କରୁଥିଲେ। ଖଣିରେ ଗାତ ଖୋଳିବାକୁ ଜିଲୋଟିନ ଷ୍ଟିକ ଅନଲୋଡ୍‌ ବେଳେ ହଠାତ୍‌ ସେଠାରେ ବିସ୍ଫୋରଣ ଘଟିଥିଲା। ସେତେବେଳେ ସେଠାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଶ୍ରମିକ କାର୍ଯ୍ୟ କରୁଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହି ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ୧୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଓ ଦମକଳ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏବେ ବି ଖଣିରେ କିଛି ଶ୍ରମିକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

Comment