ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବର ତରନତାରନରେ ଭୟଙ୍କର ବିସ୍ଫୋରଣ। ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ବାଣ ବୋଝେଇ ଟ୍ରଲିରେ ବିସ୍ଫୋରଣ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି।

ତରନତାରନରେ ନଗର କୀର୍ତ୍ତନ ବେଳେ ଏକ ଟ୍ରଲିରେ ବାଣ ନିଆଯାଉଥିଲା। ହେଲେ କୌଣସି କାରଣରୁ ଟ୍ରଲିରେ ହଠାତ ନିଆଁ ଲାଗିଯାଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଏହି ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ନଗର କୀର୍ତ୍ତନ ବାବା ଦିପ ସିଂଙ୍କ ଜନ୍ମଦିନ ପାଇଁ କରାଯାଉଥିବା କୁହାଯାଉଛି।

Comment