ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ କାଣ୍ଡଲା ବନ୍ଦର ନିକଟରେ ବିସ୍ଫୋରଣ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ବନ୍ଦର ନିକଟ ଏକ ପଣ୍ୟଗାରରେ ଥିବା କେମିକାଲ ଟାଙ୍କି ବିସ୍ଫୋରଣ ଯୋଗୁଁ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ଗୁଜୁରାଟ କଚ୍ଛ ଜିଲ୍ଲାର କାଣ୍ଡଲା ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ଅପରାହ୍‌ଣରେ ବନ୍ଦର ନିକଟରେ ଥିବା କେମିକାଲ ଟାଙ୍କି ଫାଟିବାରୁ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Comment