ଓଡ଼ିଶାଲଇଭ ବ୍ୟୁରୋ

ରବିବାର ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ୩ ଭାରତୀୟଙ୍କ ସମେତ ମୋଟ ୨୯୦ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୫ଜଣ ବିଦେଶୀଥିବା ସୂଚନା ମିଳିଛି।

ରବିବାର ଆତଙ୍କବାଦୀ ମାନେ ଇଷ୍ଟରରେ ୩ଟି ଚର୍ଚ୍ଚ ଓ ୫ଟି ହୋଟେଲରେ ପାଖାପାଖି ୮ଟି ବିସ୍ଫୋରଣ କରାଯାଇଥିଲା, ଯେଉଁଥିରେ ପୂରା ଶ୍ରୀଲଙ୍କା ଥରି ଉଠିଥିଲା।

ଘଟଣାରେ ୫୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥବା ସନ୍ଦେହ କରାଯାଉଥିବା ବେଳେ କୌଣସି ଆତଙ୍କବାଦୀ ଏହାକୁ ଦାୟୀ କରିନାହାନ୍ତି।

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀଲଙ୍କାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ସହାୟତା ଓ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର : +୯୪୭୭୭୯୦୩୦୮୨,  +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯ ଜାରି କରାଯାଇଛି।

Comment