ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁ କାଶ୍ମୀରର ଅବନ୍ତିପୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଜାମ୍ମୁ କାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଆକ୍ରମଣରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୁରକ୍ଷାକର୍ମୀ ଏହି ଆତଙ୍କବାଦୀ ମାନଙ୍କଠାରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛନ୍ତି। ନିପାତ ହୋଇଥିବା ସମସ୍ତ ଆତଙ୍କବାଦୀ ଆଂସାର ଗଜବତ ଉଲ-ହିନ୍ଦ ଆତଙ୍କବାଦୀ ସଙ୍ଗଠନର ବୋଲି ସୂଚନା ମିଳିଛି।

ଗୁଇନ୍ଦା ସୂଚନା ଆଧାରରେ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ଘଟଣାପରେ ବନିହାଲ ଓ ଶ୍ରୀନଗର ଭିତରେ ଟ୍ରେନ ସେବା ବନ୍ଦ କରାଯାଇଛି। ଦକ୍ଷିଣ କାଶ୍ମୀରରେ ଇଣ୍ଟରନେଟ ସେବାକୁ ବି ବନ୍ଦ କରାଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ୨୫୦ ଅତିକ୍ରମ କରି ସାରିଥିବା ଜଣାପଡ଼ିଛି ।

୨୦୧୮ ଶେଷ ହେବାକୁ ଆହୁରି କିଛି ଦିନ ବାକି ରହିଛି। ୨୦୧୮ ଭିତରେ ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟ ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here