ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆରେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ସବୁଠୁ ଅଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ମୟଙ୍କ।

ମେଲବର୍ଣ୍ଣରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଇତିହାସ ରଚିଛନ୍ତି ମୟଙ୍କ ଅଗ୍ରୱାଲ। ପ୍ରଥମ ଇନିଂସରେ ୭୬ ରନ୍ କରିଥିବା କର୍ଣ୍ଣାଟକର ୨୭ ବର୍ଷୀୟ ମୟଙ୍କ ୭୧ ବର୍ଷର ରେକର୍ଡ ଭାଙ୍ଗିଛନ୍ତି।

ଅଷ୍ଟ୍ରେଲିଆରେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ସବୁଠୁ ଅଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ମୟଙ୍କ। ଏହା ପୂର୍ବରୁ ଦତ୍ତୁ ଫଡକରଙ୍କ ନାଁରେ ଥିଲା ଏହି ରେକର୍ଡ। ୧୯୪୭ ମସିହାରେ ଦତ୍ତୁ ଫଡ଼କର ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ୍ ଡେବ୍ୟୁ କରିଥିଲେ ଓ ୫୧ ରନ୍ ସଂଗ୍ରହ କରିଥିଲେ। ସିଡ୍‌ନୀରେ ସେ ଏହି ରେକର୍ଡ କରିଥିଲେ। ଏହାକୁ ମୟଙ୍କ ଭାଙ୍ଗି ଦେଇଛନ୍ତି।

୧୯୯୯ ମସିହାରେ ହୃଷିକେଶ କାନିତକର ମେଲବର୍ଣ୍ଣରେ ତାଙ୍କ କ୍ୟାରିଅରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ୪୫ ରନ୍ କରିଥିଲେ। ସେହିପରି ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ୍ ଡେବ୍ୟୁ କରିଥିବା ଆଉ ଜଣେ ଭାରତୀୟ ଖେଳାଳି ହେଉଛନ୍ତି ସୈୟଦ ଆବିଦ ଅଲ୍ଲୀ। ୧୯୬୭ରେ ସେ ଅଷ୍ଟ୍ରେଲିଆରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ପ୍ରଥମ ଇନିଂସରେ ୩୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ୩୩ ରନ୍ କରିଥିଲେ। ସେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡେଲେଡରେ ଖେଳିଥିଲେ।

ଅଷ୍ଟ୍ରେଲିଆରେ ଟେଷ୍ଟ ଡେବ୍ୟୁ କରି ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ମୟଙ୍କ। ଏହା ପୂର୍ବରୁ ଏହି ରେକର୍ଡ ଦତ୍ତୁ ଫଡ଼କରଙ୍କ ନାଁରେ ଥିଲା। ୧୯୪୭ରେ ସେ ଅଷ୍ଟ୍ରେଲିଆରେ ଟେଷ୍ଟ ଡେବ୍ୟୁ କରି ୫୧ ରନ୍ କରିଥିଲେ। ଏହା ଆଜି  ପର୍ଯ୍ୟନ୍ତ ସର୍ବାଧିକ ରନ୍ ହୋଇ ରହିଥିଲା।

ଖାଲି ସେତିକି ନୁହେଁ, ସୁନୀଲ ଗାଭାସ୍କରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ମୟଙ୍କ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ ଡେବ୍ୟୁ ଇନିଂସରେ ସର୍ବାଧିକ ରନ୍ କରିବାରେ ସେ ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ପୂର୍ବରୁ ଏହି ସ୍ଥାନରେ ସୁନୀଲ ଗାଭାସ୍କର ଥିଲେ। ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗାଭାସ୍କର ଟେଷ୍ଟ ମ୍ୟାଚ୍ ଡେବ୍ୟୁ କରିଥିଲେ। ପଦାର୍ପଣ ମ୍ୟାଚରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ୬୫ ରନ୍ କରିଥିଲେ। ଅନ୍ୟପକ୍ଷରେ ମୟଙ୍କ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଡେବ୍ୟୁ ମ୍ୟାଚରେ ୭୬ ରନ୍ କରିଛନ୍ତି।

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଶିଖର ଧୱନ। ୨୦୧୩ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ୧୮୭ ରନ୍ କରିଥିଲେ। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୃଥ୍ୱୀ ଶ। ସେ ଚଳିତ ବର୍ଷ ରାଜକୋଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ, ଓପନର ଭାବେ ପ୍ରଥମ ଇନିଂସରେ ୧୩୪ ରନ୍ କରିଥିଲେ।

ଏହି କ୍ରମରେ ତୃତୀୟ ସ୍ଥାନରେ ଅଛନ୍ତି କେ ସି ଇବ୍ରାହିମ। ୧୯୪୮ ମସିହାରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଡେବ୍ୟୁ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ୮୫ ରନ୍ ସଂଗ୍ରହ କରିଥିଲେ।

ମୟଙ୍କ ଭାରତର ୨୯୫ତମ ଟେଷ୍ଟ ଖେଳାଳି ଭାବେ ଡେବ୍ୟୁ କରିଥିଲେ। ୧୬୧ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୭୬ ରନ୍ କରିଛନ୍ତି।

Comment