ଓଡ଼ିଶାଲାଇଭ୍ ବ୍ୟୁରୋ

ମେଘାଳୟରେ ଏକ କୋଇଲା ଖଣିରେ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଓଡ଼ିଶାରୁ ସ୍ଵତନ୍ତ୍ର ଟିମ ମେଘାଳୟ ଯାଇଛନ୍ତି।

ମେଘାଳୟର ଏକ କୋଇଲା ଖଣିରେ ଫସିରହିଛନ୍ତି ୧୫ଜଣ ଶ୍ରମିକ। ଦୀର୍ଘ ୧୬ ଦିନ ହେଲା ଉଦ୍ଧାରକାରୀ ଟିମ ସେମାନଙ୍କୁ ଖଣି ଭିତରୁ ବାହାର କରିବାରେ ସକ୍ଷମ ହୋଇନାହିଁ। ଉଦ୍ଧାର ପାଇଁ ମେଘାଳୟ ସରକାର ଓଡ଼ିଶାକୁ ଅନୁରୋଧ କରିଛନ୍ତି।

ମେଘାଳୟ ସରକାରଙ୍କ ଅନୁରୋଧ ପରେ ଉଦ୍ଧାର କାର୍ଯ୍ୟ ପାଇଁ ମେଘାଳୟ ଅଭିମୁଖେ ଓଡ଼ିଶାର ସ୍ଵତନ୍ତ୍ର ଟିମ ଯାଇଛନ୍ତି। ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ଵ ଟିମ ମେଘାଳୟ ଗସ୍ତରେ ଯାଇଛି। ଟିମରେ ୨୧ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ୍‌ ଓ ଏୟାରଫୋର୍ସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଡିସେମ୍ବର ୧୩ରେ ମେଘାଳୟ ଶିଲଙ୍ଗସ୍ଥିତ ଲାୟଟେଇନ ନଦୀ କୂଳରେ ଥିବା ଏକ ଛୋଟ କୋଇଲା ଖଣିରେ ଏହି ଅଘଟଣ ଘଟିଥିଲା। ଖଣିରେ କୋଇଲା ଉତ୍ତୋଳନ ସମୟରେ ଅଚାନକ ଖଣିରେ ପାଣି ପଶିଯିବାରୁ ଶ୍ରମିକମାନେ ଖଣି ଭିତରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଉଦ୍ଧାରକାରୀ ଟିମ୍ ଫସିରହିଥିବା ଶ୍ରମିକ ମାନଙ୍କୁ ବାହାର କରିବାରେ ସଫଳ ହୋଇନାହିଁ।

Comment