ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ସକାଳ ୯ଟା ନହେଲେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଓଡ଼ିଶା ସମତେ ଦିଲ୍ଲୀ , ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ଏଭଳି ଥଣ୍ଡା ଆହୁରି ୩ ରୁ ୪ଦିନ ପର୍ଯ୍ୟନ୍ତ ଲାଗି ରହିବ। କିଛି ସ୍ଥାନରେ ତୁଷାରପାତ ବି ହୋଇପାରେ। ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ସମେତ ଆଖପାଖ ଜିଲ୍ଲାରେ ପ୍ରବଳ ଥଣ୍ଡା ପଡ଼ୁଛି। ବିଶେଷ କରି ରାତିରେ ସମୟରେ ଥଣ୍ଡା ଅଧିକ ଅନୁଭୂତ ହେଉଛି।

ସେପଟେ ଦକ୍ଷିଣ ଓଡ଼ିଶାରେ ପାରଦ ରେକର୍ଡ ଭାଙ୍ଗୁଛି। ଫୁଲବାଣୀରେ ପାରଦ ୮ଡିଗ୍ରୀ ତଳେ ରେକର୍ଡ ହୋଇଛି। ଫୁଲବାଣୀ ସମେତ କନ୍ଧମାଳରେ ବି ତଣ୍ଡା ଜାରି ରହିଛି। ୨୯ରୁ ୩୧ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ପ୍ରଶାସନ ସଜାଗ ରହିଛି। ଏହା ସହିତ ପ୍ରତି ମୁହୂର୍ତ୍ତରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅବଗତ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment