ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁପମ୍ ଖେର ଅଭିନୀତ ଫିଲ୍ମ ‘ଦ ଆକ୍ସି ଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ରିଲିଜ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ମନମୋହନ ସିଂହ କେବଳ ଅକସ୍ମାତ ଦେଶର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି, ବରଂ ଦେଶର ଅନ୍ୟ କେତେଜଣ ପ୍ରଧାନମନ୍ତ୍ରୀ ଥିଲେ ଯେଉଁମାନେ ଅକସ୍ମାତ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ।

ଇନ୍ଦିରା ଗାନ୍ଧି

ଇନ୍ଦିରା ଗାନ୍ଧିଙ୍କୁ ଦେଶର ପ୍ରଥମ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର କୁହାଯାଇପାରେ। ୧୯୬୬ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁପରେ ଇନ୍ଦିରା ଗାନ୍ଧିଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଇଥିଲା। ୧୯୬୬ ମସିହା ଜାନୁଆରୀ ୧୧ରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ରାଜୀବ ଗାନ୍ଧି

୧୯୮୪ ମସିହା ଅକ୍ଟୋବର ୩୧ରେ ଇନ୍ଦିରାଗାନ୍ଧିଙ୍କ ମୃତ୍ୟୁପରେ ଦେଶର ନେତୃତ୍ଵରେ ସଙ୍କଟ ଆସିଯାଇଥିଲା। ସେହି ସମୟରେ ରାଜୀବ ଗାନ୍ଧିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା। ସେ ଭାରତର ସପ୍ତମ ତଥା ଇତିହାସରେ ପ୍ରଥମ ଯୁବ ପ୍ରଧାନମନ୍ତ୍ରୀ ହୋଇଥିଲେ।

ପିଭି ନରସିମ୍ହା ରାଓ

ପିଭି ନରସିମ୍ହା ରାଓ ମଧ୍ୟ ଅଚାନକ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଦେଶର ୯ତମ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଇସ୍ତଫା ଦେବା ପରେ ରାଓଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବାକୁ ପଡ଼ିଥିଲା।

 

Comment