ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଆଜ କେଶ ସୁରକ୍ଷା ପାଇଁ ବେଶ୍‌ ଲାଭଦାୟକ। ଜାଣନ୍ତୁ କେମିତି ପିଆଜ ରସ ଦ୍ୱାରା ନିଜ କେଶକୁ ସୁରକ୍ଷିତ ରଖିବେ।

ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ୍‌ ଲାଭକାରୀ। ଆରବ ଦେଶମାନଙ୍କରେ ଚନ୍ଦାପଣ ଓ କେଶ ଝଡ଼ିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ। ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ସିଲ୍‌କ ହୋଇଥାଏ।

କେଶକୁ ଘନ ଏବଂ ସୁନ୍ଦର କରିବା ପାଇଁ ପିଆଜ ରସ ଅତ୍ୟନ୍ତ ଲାଭଦାୟକ। ପିଆଜ ରସରେ ନା କେବଳ କେଶ ମଜବୁତ ହୋଇଥାଏ, କେଶ ସୁନ୍ଦର ମଧ୍ୟ ରହିଥାଏ। ଚନ୍ଦା ହୋଇଯାଇଥିବା ସ୍ଥାନରେ ପିଆଜ ରସ ଲଗାଇବା ଦ୍ୱାରା ସେହି ସ୍ଥାନରେ କେଶ ଉଠିଥାଏ।

ପିଆଜ ରସକୁ ନଡ଼ିଆ ତେଲ ସହିତ ମିଶାଇ ଲଗାଇଲେ ତାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ଉଷୁମ ନଡ଼ିଆ ତେଲରେ ପିଆଜ ରସକୁ ମିଶାଇ କେଶର ମୂଳରେ ଲଗାଇବେ। ଏହାଦ୍ୱାରା କେଶ ବଢ଼ିବା ସହ କେଶରେ ଚମକ ଆସିଥାଏ।

କେଶକୁ ସୁନ୍ଦର କରିବା ପାଇଁ ମହୁର ଉପକାରିତା ବହୁତ। ଅଧାକପ୍‌ ପିଆଜରେ ଦୁଇ ବୁନ୍ଦା ମହୁକୁ ଭଲ ଭାବରେ ମିଶାଇ କେଶର ମୁଳରେ ମାଲିସ୍‌ କରନ୍ତୁ। ଏହାଦ୍ୱାରା କେଶ ଘନ ରହିବା ସହ କେଶକୁ ଆବଶ୍ୟକ ପୋଷଣ ମିଳିଥାଏ।

ବିୟରକୁ ପିଆଜ ରସରେ ମିଶାଇ ଲଗାଇଲେ କେଶ ଝଡ଼ିବା ଭଳି ସମସ୍ୟା କମିଥାଏ। ପ୍ରଥମେ କେଶକୁ ବିୟର ସାମ୍ପୁରେ ଧୋଇଦେବେ। ଏହାପରେ ପିଆଜ ରସକୁ କେଶର ମୂଳରେ ମାଲିସ କରିବେ। ଏହା କେଶ ବଢ଼ିବାରେ ସାହାର୍ଯ୍ୟ କରିଥାଏ। ତାହାସହ କେଶରେ ଚମକ ମଧ୍ୟ ଆଣିଥାଏ।

ପିଆଜ ରସକୁ ସିଧାସଳଖ କେଶର ମୂଳରେ ମଧ୍ୟ ଲଗାଇ ପାରିବେ। ପିଆଜକୁ ବାଟି ତାହାର ରସକୁ ଛାଣି ଦେବେ। ଏହାପରେ ପିଆଜକୁ ସିଧାସଳଖ କେଶର ମୂଳରେ ଲଗାଇ ମାଲିସ କରିବେ। ୧ ଘଣ୍ଟା ପରେ କେଶକୁ ମାଇଲ୍‌ଡ୍‌ ସାମ୍ପୁରେ ଧୋଇଦେବେ।

Comment