ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ନୂଆ ବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ହେଲେ ସବୁଠାରୁ ଅଧିକ ଶିଶୁ।

ନୂଆବର୍ଷର ପ୍ରଥମ ଦିନରେ ସବୁଠୁ ଅଧିକ ଶିଶୁ ଜନ୍ମ ନେବାରେ ଭାରତ ପ୍ରଥମ। ନବବର୍ଷ ଅର୍ଥାତ ଜାନୁଆରୀ ୧ରେ ଭାରତରେ ଜନ୍ମ ନେଇଛନ୍ତି ପାଖାପାଖି ୬୯ ହଜାର ୯୪୪ ଶିଶୁ ଜନ୍ମ ନେଇଛନ୍ତି। ୧୮ ପ୍ରତିଶତ ଶିଶୁଙ୍କ ଜନ୍ମ ଭାରତରେ ହୋଇଛି।

ଏକ ସର୍ଭେ ଅନୁସାରେ, ନୂଆ ବର୍ଷର ପ୍ରଥମ ଦିନରେ ଶିଶୁ ଜନ୍ମ କରିବା ମାମଲାରେ ଚୀନ ଦ୍ୱିତୀୟ ସ୍ଥାନରେ ଅଛି। ଅଧିକ ଶିଶୁ ଜନ୍ମ ନେବା ମାମଲାରେ ଭାରତ ଏକ ନମ୍ବରରେ ରହିଛି। ଯେଉଁଠାରେ ୬୯ହଜାର ୯୪୪ ଶିଶୁଙ୍କ ଜନ୍ମ ହେବା କଥା କୁହାଯାଉଛି।  ଚୀନରେ ୪୪ହଜାର, ୯୪୦ଶିଶୁ ଜନ୍ମ ନେଇଛନ୍ତି। ସେହିପରି ତୃତୀୟ ନମ୍ବରରେ ଥିବା ନାଇଜେରିଆରେ ନୂଆ ବର୍ଷର ପ୍ରଥମ ଦିନରେ ୨୫ ହଜାର ୬୮୫ ଶିଶୁ ଜନ୍ମ ନେଇଛନ୍ତି।

Comment