ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆହୁରି ୨୪ ଘଣ୍ଟା ଜାରି ରହିବ ଶୀତ। ଭୁବନେଶ୍ୱର, ଅନଗୁଳ ଓ ଟିଟିଲାଗଡ଼ରେ ଶୀତ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଥିଲା। କୋରାପୁଟରେ ପାରଦ ୬ ଡିଗ୍ରୀ ଖସିଥିବା ବେଳେ ଦାରିଙ୍ଗିବାଡ଼ିରେ ୪ ଡିଗ୍ରୀ ଭିତରେ ରହୁଛି।

ଜାନୁଆରୀ ୩ରୁ ସ୍ଥିତି ସୁଧାର ହେବ। ବୁଧବାର ପରେ ରାତିର ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ଶୀତରୁ ରକ୍ଷା ପାଇବା ପାଇଁ ଲୋକ ନଆଁ ଜାଳି ବସି ରହୁଛନ୍ତି। ଥଣ୍ଡାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ପାଣିପାଗ ବିଭାଗ ପକ୍ଷରୁ କୃଷି ଉପଦେଶ ଜାରି କରାଯାଇଛି। ଅନ୍ୟପଟେ ଶୀତ ଯୋଗୁଁ ବୃଦ୍ଧା ଅଧିକ ହଇରାଣ ହେଉଛନ୍ତି।

Comment