ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ ଉପହାସ କରିଛନ୍ତି। ଆଫଗାନିସ୍ତାନରେ ଏକ ପାଠାଗାରକୁ ଭାରତ ପକ୍ଷରୁ ପାଣ୍ଠି ଯୋଗାଣକୁ ନେଇ ଟ୍ରମ୍ପ ତାତ୍ସଲ୍ୟ କରିଛନ୍ତି। ଯୁଦ୍ଧ ପ୍ରଭାବିତ ଦେଶରେ ଏହାର କିଛି ମୂଲ୍ୟ ନାହିଁ। ଭାରତ ଓ ଅନ୍ୟ ରାଷ୍ଟ୍ର ଗୁଡ଼ିକ ଆଫଗାନିସ୍ତାନର ନିରାପତ୍ତା ପାଇଁ ଉଦ୍ୟମ କରୁନଥିବା କହି ଟ୍ରମ୍ପ ସମାଲୋଚନା କରିଛନ୍ତି।

ଅନ୍ୟପଟେ ଟ୍ରମ୍ପଙ୍କ ଏପରି ଅଭିଯୋଗକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଡ୍ରୋନାଲ୍ଡ ଟ୍ରମ୍ପ ନୂଆବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଭାରତ,ରୁଷିଆ, ପାକିସ୍ତାନ ଓ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ଆପଗାନିସ୍ତାନର ନିରାପତ୍ତା ପାଇଁ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି ଯୁଦ୍ଧ ପ୍ରଭାବିତ ଦେଶରେ ପାଠାଗାରକୁ ପାଣ୍ଠି ଯୋଗାଇବା ନିରର୍ଥକ। ଭାରତ ପକ୍ଷରୁ କୁହାଯାଇଛି ୫ଟି କ୍ଷେତ୍ରରେ ଆଫଗାନିସ୍ତାନ ସହିତ ଭାରତର ସମ୍ପର୍କ ରହିଛି। ତନ୍ମଧ୍ୟରେ ଭିତ୍ତିଭୂମି ପ୍ରକଳ୍ପ, ବିକାଶ,ଦକ୍ଷତା,ମାନବ , ଅର୍ଥନୈତିକ ବିକାଶ ଓ ଗମନାଗମନ ସହ ଯୋଗାଯୋଗ ଆଦି ଅନ୍ତର୍ଭୁକ୍ତ। ଭାରତ ନିରନ୍ତର ଭାବେ ଏହି ଦେଶର ନାଗରିକ ଓ ଅନୁଷ୍ଠାନଗୁଡିକର ବିକାଶ ଦିଗରେ କାମ କରୁଛି। ତେଣୁ ଟ୍ରମ୍ପ ଏଭଳି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ଥିଲା ବୋଲି ଭାରତ କହିଛି।

Comment