ଓଡ଼ିଶାଲାଇଭ୍ ବ୍ୟୁରୋ

ବିଗ ବସ୍‌ ପରେ ଶ୍ରୀସନ୍ଥଙ୍କ ପାଖରେ ରହିଛି ଦୁଇଟି ପ୍ରୋଜେକ୍ଟ। ‘କ୍ୟାବରେଟ’ ଫିଲ୍ମରେ ନଜର ଆସିବେ ଏବଂ ଖତରୋଁ କି ଖିଲାଡିରେ ଅଂଶଗ୍ରହଣ କରିବେ।

ବିଗ ବସ୍‌ରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ଏବେ ୱେବ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀସନ୍ଥ। ଜି ୫ର ୱେବ ସିରିଜ ଫିଲ୍ମ ‘କ୍ୟାବରେଟ’ରେ ନଜର ଆସିବେ ଶ୍ରୀସନ୍ଥଙ୍କ। ନିକଟରେ କ୍ୟାବରେଟ ଟ୍ରେଲର ରିଲିଜ ହୋଇଛି। ଜାନୁଆରୀ ୯ରେ ଏହି ଫିଲ୍ମଟି ରିଲିଜ ହେବାକୁଯାଉଛି।

ଏହି ଫିଲ୍ମରେ ଶ୍ରୀସନ୍ଥ ଭିଲେନ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଋଚା ଚଢା ମୁଖ୍ୟ ଚରିତ୍ରରେ ନଜର ଆସିବେ।

ଫିଲ୍ମ କ୍ୟାବରେଟର ନିର୍ଦ୍ଦେଶନା କୌସ୍ତବ ନାରାୟଣ ନିଯୋଗୀ ଦେଇଛନ୍ତି। ପୂଜା ଭଟ୍ଟ ଫିଲ୍ମର ପ୍ରଡ୍ୟୁସର ଅଛନ୍ତି।

ବିଗ ବସ୍ ପରେ ଶ୍ରୀସନ୍ଥଙ୍କ ପାଖରେ ଆଉ ଏକ ପ୍ରୋଜେକ୍ଟ ବି ରହିଛି। ଖତରୋଁ କି ଖିଲାଡି ରିଆଲିଟି ଶୋରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ। ଦୀର୍ଘ ଦିନରୁ ଚର୍ଚ୍ଚାରୁ ଦୂରେଇ ରହିଥିବା ଶ୍ରୀସନ୍ଥଙ୍କ ପାଇଁ ଦୁଇଟିଯାକ ପ୍ରୋଜେକ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି।

କ୍ରିକେଟରୁ ଦୀର୍ଘଦିନରୁ ଦୂରେଇ ରହିଥିବା ଶ୍ରୀସନ୍ଥ ବିଗ ବସ୍ ଜରିଆରେ ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ।

କ୍ରିକେଟ ଜଗତରେ ବିଭିନ୍ନ ବିବାଦର ଶିକାର ହୋଇଥିଲେ ଶ୍ରୀସନ୍ଥ। ଏହାପରେ ଅନେକ ଦିନ ଧରି ଶ୍ରୀସନ୍ଥଙ୍କୁ ଦେଖିବାକୁ ପାଇନଥିଲେ ଦର୍ଶକ।

Comment