ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କସୌଟି ଜିନ୍ଦେଗୀ ୨ରେ କମୋଲିକା ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ୍ ଏବେ କାନ୍ସ ଫିଲ୍ମ ଫେଷ୍ଟାଭାଲରେ। ହିନା ଗତ କିଛିଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି।

ଲାଗୁଛି ଯେମିତି ହିନା ସ୍ଥିର କରିଛନ୍ତି ଚର୍ଚ୍ଚାରେ ରହିବେ। ଏହିବର୍ଷରେ ହିନା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି। ହିନା ତାଙ୍କ ସିଲଭର ଲୁକରେ ରେଡ କାରର୍ପେଟରେ ପ୍ରିଟି ଲାଗୁଥିଲେ।

ସିଲଭର କଲରର ଗାଉନରେ ଭାରି ସୁନ୍ଦର ଲାଗୁଥିଲେ ହିନା। ଏଡି ଡ୍ରେସକୁ ଡିଜାଇନର ଜିୟାଦ ନକ୍କଡ ଡିଜାଇନ କରିଛନ୍ତି। ଯାହାକୁ ପିନ୍ଧି ହିନା କନଫିଡେଣ୍ଟ ଲାଗୁଥିଲେ। ଏହାସହିତ ଏହିଲୁକରେ ହିନା ହାଲକା ମେକଅପ୍ ନେଇଥିବା କୁହାଯାଉଛି।

ହିନା କ୍ୟାମେରା ସାମ୍ନାରେ ଅନେକ ସାରା ପୋଜ୍ ଦେଇଥିଲେ। ହିନାଙ୍କ କନଫିଡେଣ୍ଟ ଯେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ରେଡ୍ କାର୍ପେଟରେ ପୋଜ ଦେବା ଆଗରୁ ସେ ନିଜ ବୟଫ୍ରେଣ୍ଡ ରୌକି ଜୈସୱାଲଙ୍କ ସହିତ ଆଇଫିଲ ଟାୱାରରେ କିଛିସମୟ ବିତାଇଥିଲେ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment