ଓଡ଼ିଶାଲାଇଭ୍ ବ୍ୟୁରୋ
ରାମ ଜନ୍ମଭୂମି – ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣି ଜାନୁଆରୀ ୧୦କୁ ଘୁଞ୍ଚିଛି। ୧୦ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ ଗଠିତ ହେବ। ତେବେ ଏହି ମାମଲାର ଶୁଣାଣି କରିବା ପାଇଁ ତିନି ଜଣିଆ ଖଣ୍ଡପୀଠ ଗଠିତ ହେବ।
ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍ କେ କୌଲ ଏହି ରାୟ ଦେଇଛନ୍ତି।
୨୦୧୦ ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର ହୋଇଥିଲା।
୨.୭୭ ଏକର ବିବାଦୀୟ ଜମିକୁ ଆଲ୍ଲାହାବାଦ ହାଇକୋର୍ଟ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।
ଅକ୍ଟୋବର ୨୯ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଜାନୁଆରୀ ପ୍ରଥମ ସପ୍ତାହରେ ଶୁଣାଣି ହେବ କହିଥିଲେ। ତେବେ ଏହି ଶୁଣାଣି ପୁଣି ୧୦ ତାରିଖ ଯାଏଁ ଘୁଞ୍ଚିଛି।

















