ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ଜାଣନ୍ତୁ ଏନେଇ କିଏ କ’ଣ କହିଛନ୍ତି।

ଶନିବାର ସୁପ୍ରିମକୋର୍ଟ ରାମ ଜନ୍ମଭୂମି-ବାବରୀ ମସଜିଦର ବିବାଦୀୟ ଜମିକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ୍‌କୋର୍ଟ। ରାୟରେ ରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଅଯୋଧ୍ୟା ଭିତରେ ଅଲଗା ୫ ଏକର ଜମିରେ ମସଜିଦ ନିର୍ମାଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତେବେ ଅଯୋଧ୍ୟାର ଏହି ବିବାଦୀୟ ୨.୭୭ ଏକର ଜମି ଉପରେ ମନ୍ଦିର ନିର୍ମାଣ ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହି ଆନ୍ଦୋଳନ ସହିତ ଯୋଡ଼ି ହୋଇଥିବା ବିଜେପିର ନେତାମାନେ କିଏ କଣ କହିଲେ ପଢ଼ନ୍ତୁ:

ସ୍ୱାଧୀ ରୁତମ୍ବରା ଯିଏ ଆନ୍ଦୋଳନର ଏକ ପ୍ରମୁଖ ମୁହଁ ଥିଲେ। ସେ କହିଛନ୍ତି, “ଜୀବନ କୃତାର୍ଥ ହୋଇଗଲା। ଏତେ ବଡ଼ ଶ୍ରମ, ଏତେ ତପ ଏ ସବୁର ଫଳ ଏବେ ମିଳିଲା। ପ୍ରଭୁ ରାମଙ୍କ କୃପାରୁ ଏହା ସମ୍ଭବ ହୋଇଛି।“

ଆରଏସଏସ ମୁଖ୍ୟ ମୋହନ ଭଗବତ କହିଛନ୍ତି, “ପଛ କଥାକୁ ଭୁଲି ଆମେ ଆଗେଇ ଚାଲିବା ଦରକାର। ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବା ଦରକାର।“

ଏହି ରାୟକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ପୀଠର ମହନ୍ତ ଦିଗ୍‌ବିଜୟନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମୁରଲୀ ମୋହନ ଯୋଶୀ କହିଛନ୍ତି, “ସେଠାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବା ଦରକାର। ଏହି ମନ୍ଦିର ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସ୍ୱାଭିମାନର ପ୍ରତୀକ ହେବା ଆବଶ୍ୟକ।

Comment