ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୭୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ବିଜୟ ହାସଲ କରି ଭାରତ ଇତିହାସ ରଚିଛି।

ଭାରତ ଓ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଡ୍ରରେ ଶେଷ ହୋଇଛି। ଦୁଇଦିନ ହେଲା ଲଗାତର ବର୍ଷା କାରଣରୁ ଶେଷ ମ୍ୟାଚକୁ ଡ୍ରରେ ସାରିବାକୁ ପଡ଼ଛି। ଫଳରେ ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହି ବିଜୟ ହାସଲ କରିଛି। ଭାରତ ପୂର୍ବରୁ ଆଡିଲେଡ ଓ ମେଲମର୍ଣ୍ଣ ମ୍ୟାଚରେ ଜିତି ଥିଲାବେଳେ ପର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।

ସମ୍ପୂର୍ଣ୍ଣ ସିରିଜରେ ଦମଦାର ଫର୍ମରେ ଥିବା ଚେତେଶ୍ଵର ପୂଜାରାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ଓ ମ୍ୟାନ ଅଫ୍ ଦ ସିରିଜ ଘୋଷଣା କରାଯାଇଛି। ପୂଜାରା ସିଡନୀ ଟେଷ୍ଟରେ ୧୯୩ ରନ କରିଥିଲେ। ଏଥିସହ ଏହି ସିରିଜରେ ସେ ସମୁଦାୟ ୫୨୧ ରନ କରିଥିଲେ।

ଭାରତ ପାଇଁ ଏହା ହେଉଛି ଏକ ଐତିହାସିକ ବିଜୟ। ଦୀର୍ଘ ୭୨ ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ଏହି ବିଜୟ ହାସଲ କରିଛି।  ୧୯୪୭ ମସିହାରେ ଭାରତ ପ୍ରଥମ ଥର କରି ଅଷ୍ଟ୍ରେଲିଆ ଗସ୍ତ କରି ଟେଷ୍ଟ ସିରିଜ ଖେଳିଥିଲା। ସେହି ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ତା’ ପରଠାରୁ ଭାରତ ଅଷ୍ଟ୍ରେଲିଆରେ କୌଣସି ମ୍ୟାଚରେ ବିଜୟୀ ହୋଇନଥିଲା।

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆର ପ୍ରେସମିଟରେ ଏହି ବିଜୟ ଦଳ ପାଇଁ ଏହା ସ୍ଵତନ୍ତ୍ର ମୁହୂର୍ତ୍ତ ବୋଲି କହିଛନ୍ତି ରବି ଶାସ୍ତ୍ରୀ। ବିଜୟ ପାଇଁ ସେ ବିରାଟଙ୍କୁ ଶ୍ରେୟ ଦେଇଛନ୍ତି।

ଦଳଗତ ପ୍ରଦର୍ଶନର ଏହା ବିଜୟ କହିଛନ୍ତି ଅଧିନାୟକ ବିରାଟ କୋହଲି।

Comment