ଓଡ଼ିଶାଲାଇଭ୍ ବ୍ୟୁରୋ

ବିରାଟବାହିନୀ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଛି। ୭୨ ବର୍ଷ ପରେ ଅଷ୍ଟ୍ରେଲିଆରେ କଙ୍ଗାରୁମାନଙ୍କୁ ହରାଇ ବିରାଟ ଦେଶକୁ ବିଜୟର ଉପହାର ଦେଇଛନ୍ତି।

ଏହି ଐତିହାସିକ ବିଜୟ ପରେ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କ ସାଥୀରେ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନଜର ଆସିଥିଲେ।

ଉଭୟ ଗ୍ରାଉଣ୍ଡରେ ଫଟୋ ମଧ୍ୟ ଉଠାଇଛନ୍ତି। ଅଧିନାୟକ ବିରାଟ କୋହଲି ଦଳର ବିଜୟରେ ଭାବୁକ ହୋଇ ପତ୍ନୀ ଅନୁଷ୍କାଙ୍କୁ ଗ୍ରାଉଣ୍ଡ ଭିତରେ ଆଲିଙ୍ଗନ କରିଛନ୍ତି। ଦୁଇ ଦିନ ହେଲା ଲଗାତର ବର୍ଷା କାରଣରୁ ଶେଷ ମ୍ୟାଚକୁ ଡ୍ରରେ ସାରିବାକୁ ପଡ଼ଛି। ଫଳରେ ଭାରତ ଏହି ସିରିଜରେ ୨-୧ରେ ଆଗୁଆ ରହି ବିଜୟ ହାସଲ କରିଛି। ଭାରତ ପୂର୍ବରୁ ଆଡିଲେଡ ଓ ମେଲମର୍ଣ୍ଣ ମ୍ୟାଚରେ ଜିତି ଥିଲାବେଳେ ପର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।

ସମ୍ପୂର୍ଣ୍ଣ ସିରିଜରେ ଦମଦାର ଫର୍ମରେ ଥିବା ଚେତେଶ୍ଵର ପୂଜାରାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ଓ ମ୍ୟାନ ଅଫ୍ ଦ ସିରିଜ ଘୋଷଣା କରାଯାଇଛି। ପୂଜାରା ସିଡନୀ ଟେଷ୍ଟରେ ୧୯୩ ରନ କରିଥିଲେ। ଏଥିସହ ଏହି ସିରିଜରେ ସେ ସମୁଦାୟ ୫୨୧ ରନ କରିଥିଲେ।

Comment