ଓଡ଼ିଶାଲାଇଭ୍ ବ୍ୟୁରୋ
ମେକ୍ଅପ୍ ପ୍ରତି ପ୍ରତ୍ୟେକ ଯୁବତୀଙ୍କ ବହୁତ ସଉକ ଥାଏ। ମେକ୍ଅପ୍ର କଥା ଆସିଲେ ଯୁବତୀଙ୍କ ଚେହେରାରେ ଏକ ଅଦ୍ଭୁତ ଚମକ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ବିଭନ୍ନ ପ୍ରକାର ମେକ୍ଅପ୍ର ଚାହିଦା ରହିଛି। ଏହି କ୍ରମରେ ଦୁନିଆର ସବୁଠାରୁ ମହଙ୍ଗା ଲିପ୍ ଆର୍ଟ ସାମ୍ନାକୁ ଆସିଛି। ଯାହାକି ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି।
ଅଷ୍ଟ୍ରେଲିଆର ଜଣେ ମଡେଲ୍ ନିଜ ଓଠରେ ଲଗାଇଛନ୍ତି ୩.୭୮ କୋଟି ଟଙ୍କାର ହୀରା। ତେବେ ମଡେଲଙ୍କ ଓଠରେ ଏହି ହୀରା ଲଗାଇଛି ରୋଜେଣ୍ଡ୍ରଫ୍ ଡାଇମଣ୍ଡ ଜ୍ୱେଲର୍ସ। ନିଜର ୫୦ ତମ ବାର୍ଷିକୋତ୍ସବରେ ଏହି ହୀରା ଲଗାଇ ଗିନିଜ୍ ବୁକରେ ନିଜ ନାଁ ସାମିଲ୍ କରିଛି ରୋଜେଣ୍ଡ୍ରଫ୍ ଡାଇମଣ୍ଡ।
ମଡେଲଙ୍କ ଓଠରେ ଏହି ହୀରାକୁ ଲଗାଇବା ପାଇଁ ଅଢେଇ ଘଂଟା ସମୟ ନେଇଥିଲେ ଆର୍ଟିଷ୍ଟ କ୍ଲେର୍ ମେକ୍। ୨୨.୯୨ କ୍ୟାରେଟର ୧୨୬ଟି ହୀରା ଲାଗିଛି ଏହି ମଡେଲଙ୍କ ଓଠରେ। ଖାସ୍ ଡିଜାଇନ୍ ଥିବା ଏହି ହୀରାକୁ ତିଆରି କରିବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିଥିଲା । ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଫଟୋ।