ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ଓ ଭାରତ ଭିତରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଜାନୁଆରୀ ୧୮, ଶୁକ୍ରବାର ମେଲବର୍ଣ୍ଣରେ ଖେଳାଯିବ। ଦିନିକିଆ ସିରିଜରେ  ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଜିତି ଥିଲାବେଳେ ଦ୍ୱିତୀୟ ମ୍ୟାଚ ଭାରତ ଜିତି ସିରିଜକୁ ବରାବର ରଖିଛି। ତେବେ ଶୁକ୍ରବାରର ଅନ୍ତିମ ମ୍ୟାଚ ଦୁଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ନିର୍ଣ୍ଣାୟକ ମୁକାବିଲା ପାଇଁ ଦୁଇ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି।

ତେବେ ସିରିଜ ବିଜୟୀ ହୋଇ ଆଉ ଏକ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତ। ପୂର୍ବରୁ ଅଷ୍ଟ୍ରେଲିଆ ମାଟିରେ ଭାରତ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତି ନାହିଁ। ଯଦି ତୃତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରେ ତେବେ ଦଳ ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିବ।

ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ

ସିଡନୀ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୫ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିଥିଲା କଙ୍ଗାରୁ ଦଳ। ଜବାବରେ ଭାରତୀୟ ଦଳ ୨୮୯ ରନ୍‌ର ଟାର୍ଗେଟକୁ ପିଛା କରି ୯ ୱିକେଟ ହରାଇ ୨୫୪ ରନ୍‌ କରିଥିଲା। ଏଥିସହ କଙ୍ଗାରୁ ଦଳଠାରୁ ୩୪ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ। ଭାରତୀୟ ଦଳରେ ରୋହିତ ଶର୍ମା ସର୍ବାଧିକ ୧୩୩ ରନ୍‌ ସଂଗ୍ରହ କରିଥିବା ବେଳେ ଏମଏସ୍‌ ଧୋନି ୫୧ ରନ୍‌ ସଂଗ୍ରହ କରିଥିଲେ।

ଦ୍ୱିତୀୟ ମ୍ୟାଚ

ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ବିଜୟ ଲାଭ କରିଥିଲା ଟିମ୍ ଇଣ୍ଡିଆ। କର ବା ମର ମ୍ୟାଚରେ ବିରାଟ ବାହିନୀ ଘରୋଇ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା।  ବିଜୟ ସୂଚକ ଛକା ମାରି ଭାରତକୁ ଉପହାର ଦେଇଥିଲେ ମହେନ୍ଦ୍ର ସିଂ ଧୋନି। ଏହି ରୋମାଞ୍ଚକର ମୁକାବିଲାରେ ବିଜୟ ଲକ୍ଷ୍ୟ ୨୯୯କୁ ଭାରତ ୪ ବଲ ପୂର୍ବରୁ ହାସଲ କରିନେଇଥିଲା। କୋହଲିଙ୍କ ଦମଦାର ଶତକ(୧୦୪) ଏବଂ ଧୋନିଙ୍କ ଲଢୁଆ ଇନିଂସ ସାଙ୍ଗକୁ ଅନ୍ୟ ଭାରତୀୟ ବ୍ୟାଟସ୍ୟାନଙ୍କ ଉପଯୋଗୀ ଇନିଂସ ଦଳକୁ ବିଜୟର ସ୍ୱାଦ ଚଖାଇଥିଲା।

Comment