ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରୀ ୨୦ରେ ହେବାକୁ ଥିବା ଏଏସ୍‌ଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷାକୁ ସ୍ଥଗିତ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଆଜି ଏହି ପ୍ରସଙ୍ଗରେ କୋର୍ଟ ରାୟ ଶୁଣାଇଛନ୍ତି। ଫଳରେ ପରୀକ୍ଷା ସ୍ଥଗିତ କରିବାକୁ ଆବେଦନ କରିଥିବା ପ୍ରାର୍ଥୀ ନିରାଶ ହୋଇଛନ୍ତି।

କୋର୍ଟଙ୍କ ରାୟ ପରେ ପୂର୍ବ ସୂଚୀ ଅନୁଯାୟୀ ଓପିଏସ୍‌ସି(ଓଡ଼ିଶା ପବ୍‌ଲିକ ସର୍ଭିସ କମିଶନ)ର ଏଏସ୍‌ଓ ପରୀକ୍ଷା ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ।

ଜାନୁଆରୀ ୨୦ରେ ଏଏସ୍‌ଓ ପରୀକ୍ଷା ଅନୁଷ୍ଠିତ ହେଉଥିଲାବେଳେ ଜାତୀୟସ୍ତରର ଆଇବିପିଏସ୍‌, ଆଇଆରବିର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ରହିଥିବାରୁ କିଛି ପ୍ରାର୍ଥୀ ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଏକ ଦିନରେ କରିବାକୁ କୋର୍ଟରେ ଆବେଦନ କରିଥିଲେ।

ପୂର୍ବରୁ ମଧ୍ୟ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏହି ପରୀକ୍ଷା ଡିସେମ୍ବର ୨୩, ୨୦୧୮ରେ ହେବାର ଥିଲା। କୌଣସି କାରଣରୁ ଏହି ପରୀକ୍ଷାକୁ ଜାନୁଆରୀ ୨୦ରେ କରିବାକୁ ନୋଟିସ୍‌ ଜାରି ହୋଇଥିଲା।

Comment