ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ।

ଏଭଳି ଜୀବନଚର୍ଯ୍ୟା ସେମାନଙ୍କ ପାଇଁ ଅନେକ ସ୍ଵାସ୍ଥ୍ୟ ସମସ୍ୟା ଜନ୍ମ ଦେଇପାରେ। ଏପରିକି ସେମାନେ ଚଲାବୁଲା କରି ନପାରନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।ଏ ନେଇ ଗବେଷଣା କରୁଥିବା ଜଣେ ଗବେଷିକାଙ୍କ କହିବା ଅନୁଯାୟୀ ଟିଭି ଦେଖିବାରେ ଅନେକ ବିପଦ ରହିଛି। ଏହା ବାର୍ଦ୍ଧକ୍ୟ ସମୟରେ ବ୍ୟକ୍ତିଙ୍କୁ ପଙ୍ଗୁ କରି ଦେବାର ଯଥେଷ୍ଠ ଆଶଙ୍କା ରହିଛି।

ଦୀର୍ଘ ସମୟ ଧରି ବସି ରହି ଟିଭି ଦେଖିବା(ବିଶେଷ କରି ସନ୍ଧ୍ୟା ସମୟରେ) ଏକ ଅତ୍ୟନ୍ତ ବିପଦଜନକ ସାବ୍ୟସ୍ତ ହୋଇପାରେ। ବୟସ୍କ ଲୋକମାନଙ୍କ ପାଇଁ ଏଭଳି ଅଭ୍ୟାସ ମାରାତ୍ମକ। କାରଣ ବୟସ ବୃଦ୍ଧି ସହ ସେମାନଙ୍କ ନିକଟରେ ଶାରୀରିକ କ୍ଷମତା ମଧ୍ୟ ହ୍ରାସ ପାଇଥାଏ।

ଆମେରିକାର ୬ଟି ପ୍ରଦେଶ ଓ ୨ଟି ମେଟ୍ରୋପଲିଟାନ୍ ସହରରେ ଗବେଷଣା କରି ଗବେଷକମାନେ ଏହି ମତ ଦେଇଛନ୍ତି। ୫୦ରୁ ୭୧ ବର୍ଷ ବୟଷ୍କଙ୍କ ପର୍ଯ୍ୟନ୍ତ ଲୋକଙ୍କ ନେଇ ଅନୁଧ୍ୟାନ କରାଯାଇଥିଲା।

୧୦ବର୍ଷ ଏଭଳି ଅନୁଧ୍ୟାନ କରିବା ପରେ ଜଣାପଡିଛି, ଯେ ଦିନକୁ ୫ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହକୁ ତିନିଘଣ୍ଟା ମଧ୍ୟ ଶାରୀରିକ ପରିଶ୍ରମ କରୁ ନଥିବା ବୟସ୍କ ବ୍ୟକ୍ତିଙ୍କର ଚାଲିବାରେ ସମସ୍ୟା ଦେଖାଯାଉଛି। ଏପରି କି ଅନେକ ଚାଲି ପାରୁନାହାନ୍ତି। ଅଧିକ ସମୟ ଟେଲିଭିଜନ୍ ସମ୍ମୁଖରେ ବସି ରହୁଥିବା ପ୍ରାୟ ୬୫ପ୍ରତିଶତ ଲୋକ ଏକ ପ୍ରକାର ପଙ୍ଗୁ ହୋଇଯାଉଛନ୍ତି। ତେବେ କମ୍ ସମୟ ଟିଭି ଦେଖୁଥିବା ବ୍ୟକ୍ତିମାନେ ଅପେକ୍ଷାକୃତ ଅଧିକ ଚଳନକ୍ଷମ ହୋଇଥାଆନ୍ତି।

Comment