ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ଦେଖିବା ବେଳେ ହେଲା ବିସ୍ଫୋରଣ। ଏଥିରେ ପୁରା ପରିବାର ପୋଡ଼ି ହୋଇଯାଇଥିବା ବେଳେ ଜଣେ ମହିଳାଙ୍କର ଜୀବନ ଚାଲିଗଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ।

ଶୁକ୍ରବାର ଅପରାହ୍‌ଣରେ ମାଆ ବବି ନାୟକ ତାଙ୍କ ୮ ମାସର ଝିଅକୁ ଧରି ଟିଭି ଦେଖୁଥିଲେ। ହଠାତ୍ ଟିଭିରେ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ବବିଙ୍କ ଉପରକୁ ଛିଟିକି ପଡ଼ିଥିଲା। ସେତିକି ବେଳେ ସ୍ୱାମୀ ଡିଲେଶ୍ୱର ଝିଅକୁ ଦୂରକୁ ନେଇଗଲେ। ହେଲେ ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳକୁ ସ୍ତ୍ରୀ ପୁରା ଜଳିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଡିଲେଶ୍ୱରଙ୍କ ପାଟି ଶୁଣି ପଡ଼ୋଶୀ ଲୋକ ଆସି ଡିଲେଶ୍ୱର ଓ ଝିଅକୁ ସୁନ୍ଦରଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନିଆଁରେ ପୋଡ଼ି ହୋଇ ଡିଲେଶ୍ଵର ଓ ଝିଅଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି।

Comment