ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଶ୍ୱର ସବୁଠୁ ଧନୀ ତାଲିକାରେ ଥିବା ବ୍ୟକ୍ତି ଧାଡିରେ ଛିଡ଼ା ହୋଇଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଦୀର୍ଘ ବର୍ଷ ଧରି ବିଶ୍ୱର ଧନୀ ତାଲିକାର ଶୀର୍ଷରେ ରହି ଆସିଛନ୍ତି। କିନ୍ତୁ ହଠାତ୍ ଯେତେବେଳେ ବର୍ଗର ଏବଂ କୋକ୍ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାର ନଜର ଆସିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ବ୍ୟକ୍ତି ହେଉଛନ୍ତି ବିଲ୍ ଗେଟ୍ସ।

ମାଇକ୍ରୋସଫ୍ଟର ପୂର୍ବ କର୍ମଚାରୀ ଏଭଳି ଫଟୋକୁ ଶେୟାର କରିଛନ୍ତି। ଆମେରିକାର ସିଏଟଲର ‘ଡିକ୍’ ନାମକ ରେସ୍ତୋରାଁ ବାହାରେ ଛିଡ଼ା ହୋଇଥିବାର ବିଲ୍ ଗେଟ୍ସ ଦେଖାଯାଉଛନ୍ତି। ଏହି ଫଟୋକୁ ମାଇକ୍ରୋସଫ୍ଟ ଆଲୁମନି ଗ୍ରୁପରେ ପୋଷ୍ଟ କରାଯାଇଥିଲା।

ଆମାଜନ ମାଲିକ ଜେଫ୍ ବେଜୋସଙ୍କ ପରେ ବିଶ୍ୱର ଦ୍ୱିତୀୟ ଧନୀ ଅଟନ୍ତି ବିଲ୍ ଗେଟ୍ସ।  ତାଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୬ଲକ୍ଷ ୮୬ହଜାର ୮୯୮କୋଟି ଟଙ୍କା। ବିଶ୍ୱର ଦୁଇନମ୍ବର ସ୍ଥାନରେ ଥିବା ଧନୀ ବ୍ୟକ୍ତି ଏଭଳି ବ୍ୟବହାର କରୁଥିବା ମାଇକ୍ରୋସଫ୍ଟର ପୂର୍ବତନ ପୋଗ୍ରାମ ମ୍ୟାନେଜର ମାଇକ ଗଲୋସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଫଟୋକୁ ନେଇ ସୋସିଆଲ ମିଡିଆରେ ବହୁ କମେଣ୍ଟ ଆସିବାରେ ଲାଗିଛି।  କିଛି ପୋଷ୍ଟରେ ଉଲ୍ଲେଖ ଅଛି, ଯେଉଁ ଲୋକେ ଧନୀ ହେବାରୁ ସ୍ୱତନ୍ତ୍ର ସୁବିଧା ପାଇବାକୁ ଚାହିଁଥାନ୍ତି ସେମାନେ  ଏଥିରୁ ଶିକ୍ଷା ଲାଭ କରିବା ଉଚିତ୍। ସେହିଭଳି ଅନ୍ୟ ଜଣେ ଫଟୋ ଶେୟାର କରି ଲେଖିଛନ୍ତି, ବିଲ୍ ଗେଟ୍ସ ସଫଳତା ପଛରେ ଡିକ୍ସ ବର୍ଗର।

LEAVE A REPLY

Please enter your comment!
Please enter your name here