ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ପରିଚିତ ଫେସବୁକ ନିଜ ପଲିସିରେ ପରିବର୍ତ୍ତନ ଆଣିଛି। ଏଣିକି ଫେସବୁକରେ ଅପଶବ୍ଦ ଓ ଉସକାଇଲା ଭଳି ବିବାଦୀୟ କମେଣ୍ଟ ଲେଖିଲେ କାର୍ଯ୍ୟାନୁଷ୍ଠାନ ହେବ। ଯାହାଦ୍ୱାରା ୟୁଜର୍ସଙ୍କୁ କୌଣସି ବି ପୋଷ୍ଟ କିମ୍ବା ଫଟୋ ତଥା କମେଣ୍ଟ କରିବା ପୂର୍ବରୁ ହଜାରେ ଥର ଭାବିବାକୁ ପଡିବ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁସାରେ, ଏଭଳି ପରିସ୍ଥିତିରେ ଫେସବୁକ ନିଜ ପଲିସିରେ କିଛି ପରିବର୍ତ୍ତନ ଆଣିଛି। ଯାହାଦ୍ୱାରା ଆଜାଦ୍ କାଶ୍ମୀର ଭଳି ଶଦ୍ଦ ଲେଖିବା ଦ୍ୱାରା ୟୁଜରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଲି ଏତିକି ନୁହେଁ, କୌଣସି ଧାର୍ମିକ ତଥା ଆସ୍ଥାକୁ ନେଇ ବିବାଦୀୟ କମେଣ୍ଟ କଲେ, କାହାର ଜାତି କିମ୍ବା ତ୍ରିରଙ୍ଗାକୁ ନେଇ ଅପମାନସୂଚକ ମନ୍ତବ୍ୟ ଦେବା ଦ୍ୱାରା ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ବର୍ତ୍ତମାନ ଲୋକସଭା ନିର୍ବାଚନ ପୂର୍ବରୁ ଫେସବୁକ, ନିଜ ପଲିସିରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି କାମ ପାଇଁ ଫେସବୁକ୍ ନିକଟରେ ୧୫,୦୦୦ ଫୁଲ ଟାଇମ୍ କନଟ୍ରାକ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତ କରିଛି ଯେଉଁମାନେ କି ନିଷ୍ପତି ନେବେ କି କେଉଁ ପୋଷ୍ଟ ରହିବ ଆଉ କେଉଁ ପୋଷ୍ଟ ଫେସବୁକରେ ରହିବ ନାହିଁ। ଏହାକୁ ଫେସବୁକର ଗ୍ଲୋବାଲ ପଲିସିକୁ ଦୃଷ୍ଟିର ରଖି କରାଯାଇଛି।

ଏଥିରୁ ରୁହନ୍ତୁ ନିବୃତ୍ତ :

  • ଯେକୌଣସି ୟୁଜର ହୁଅନ୍ତୁ  ପଛେ କାହାର ପୋଷ୍ଟରେ ଖରାପ ମନ୍ତବ୍ୟ ଦିଅନ୍ତୁ ନାହିଁ
  • ଏଭଳି କମେଣ୍ଟ ଦିଅନ୍ତୁ ନାହିଁ ଯାହା ଦେଶ, ସମାଜକୁ ଖରାପ ବାର୍ତ୍ତା ପହଞ୍ଚାଉଥିବ
  • ଯେ ପର୍ଯ୍ୟନ୍ତ ୟୁଜର ଘଟଣାର ସତ୍ୟତା ବିଷୟରେ ଜାଣିନାହାନ୍ତି କମେଣ୍ଟ ଦେବା ଅନୁଚିତ୍
  • ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ କମେଣ୍ଟ ଦିଅନ୍ତୁ ନାହିଁ

LEAVE A REPLY

Please enter your comment!
Please enter your name here