ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଙ୍ଗୀତର ଭୂମିକାର ପ୍ରତ୍ୟେକ ମଣିଷ ଜୀବନରେ ରହିଛି। ତେବେ ବଲିଉଡ୍‌ ଗୀତର ଚାହିଦା ସବୁଠାରୁ ଉପରେ ରହିଛି। ବଲିଉଡ୍‌ର ଏମତି କିଛି ଗୀତ ରହିଛି  ଯାହା କେବଳ ମନୋରଞ୍ଜନ କରାଇନଥାଏ ଏହା ଅନେକଙ୍କୁ ପ୍ରୋତ୍ସାହିତ ବି କରିଥାଏ।

ଏହି ଗୀତକୁ ଯେଉଁ କଳାକାରମାନେ ଗାଉଛନ୍ତି ସୋମନେ ବି ଏହାଦ୍ୱାରା ଭଲ ରୋଜଗାର କରୁଛନ୍ତି। ଗୀତ ଗାଇବା ଏକ ଭଲ ପେଶା ହେବା ସହିତ ବଲିଉଡ୍‌ ଗାୟକଙ୍କୁ ଲୋକପ୍ରିୟ କରୁଛି।

ବଲିଉଡ୍‌ରେ କିଛି ଏମିତି ସିଙ୍ଗର ଅଛନ୍ତି ଯେଉଁମାନେ ଗୋଟିଏ ଗୀତକୁ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି। ଜାଣନ୍ତୁ ଏମିତି କିଛି ବଲିଉଡ୍‌ ସିଙ୍ଗରଙ୍କୁ।

୧- ଶାନ(ଶାନ୍ତନୁ ମୁଖାର୍ଜୀ)

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର ଶାନ୍‌ ବଲିଉଡ୍‌ରେ ଅନେକ ରୋମଣ୍ଟିକ ଗୀତ ଗାଇଛନ୍ତି। ‘ଫନା’ ଫିଲ୍ମର ‘ଚାନ୍ଦ ସିଫାରିଶ’ ଗୀତଟି ଖୁବ୍‌ ଲୋକପ୍ରିୟ ହୋଇଥିଲା। ଶାନ୍‌ କୋଟିଏ ଗୀତକୁ ପାଖାପାଖି ୩-୪ ଲକ୍ଷ ଟଙ୍କା ନେଇଥାନ୍ତି

୨- ନେହା କକ୍କଡ

ରିଆଲିଟି ଶୋ’ରୁ ସିଙ୍ଗିଙ୍ଗ କ୍ୟାରିୟର ଆରମ୍ଭ କରିଥିବା ନେହା କକ୍କଡ ବଲିଉଡ୍‌ରେ  ପାର୍ଟି ସଙ୍ଗ ଗାଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ୨୦୦୬ରେ ଇଣ୍ଡିଆନ ଆଇଡଲ ରେ ଅଂଶ ଗ୍ରହଣ କରିଥିଲେ ନେହା। ନେହା  ଗୋଟିଏ ଗୀତକୁ ୩.୫- ୪ଲକ୍ଷ ଟଙ୍କା ନେଇଥାନ୍ତି।

୩- ଅଙ୍କିତ ତିୱାରି

ଆଶିକ୍‌ ୨ର ଗୀତ ଗାଇ ଖ୍ୟାତି ଅର୍ଜନ କରିଥିବା ସିଙ୍ଗର ଅଙ୍କିତ ତିୱାରି ଗୋଟିଏ ଗୀତକୁ ୫-୬ ଲକ୍ଷ ଟଙ୍କା ନେଇଥାନ୍ତି। ଆଶିକ୍‌ ୨ରୁ ‘ସୁନ୍‌ ରାହା ହୈ ନା ତୁ’ ଗୀତ ଗାଇ ସେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ।

୪- ସୁନିଧି ଚୌହାନ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ସିଙ୍ଗର ହେଲେ ସୁନିଧି ଚୌହାନ। ୧୯୯୯ ମସିହାରୁ ସିଙ୍ଗିଗରେ କ୍ୟାରିୟର ଆରମ୍ଭ କରିଥିବା ସୁନିଧିଙ୍କ ସିଙ୍ଗ୍ଗ ଏବେ ବି ଜାରି ରହିଛି। ସୁନିଧି ଗୋଟିଏ ଗୀତ ଗାଇବାକୁ ୯ ଲକ୍ଷ ଟଙ୍କା ନେଇଥାନ୍ତି।

୫- ସୋନୁ ନିଗମ

ସୋନୁ ନିଗମଙ୍କର ବେଷ୍ଟ ଗୀତରେ ବର୍ଡର ଫିଲ୍ମର ‘ସନ୍ଦେଶ ଆତେ ହୈ’ ସବୁଠାରୁ ପ୍ରଥମେ ଆସେ। ସୋନୁ ନିଗମ ଗୋଟିଏ ଗୀତକୁ ୧୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି।

୬- ଶ୍ରେୟା ଘୋଷାଲ

ବଲିଉଡ୍‌ରେ ସବୁଠାରୁ ଅଧିକ ଟଙ୍କା ନେଉଥିବା ସିଙ୍ଗର ହେଲେ ଶ୍ରେୟା ଘୋଷାଲ। ଶ୍ରେୟା ଘୋଷାଲ ତାଙ୍କ ଗୀତ ପାଇଁ ଅନେକ ନ୍ୟାସନାଲ ଆୱାର୍ଡ ପାଇଛନ୍ତି। ଶ୍ରେୟା ଘୋଷାଲ ଗୋଟିଏ ଗୀତକୁ ପ୍ରାୟ ୧୫ ଲକ୍ଷ ଟଙ୍କା ନେଇଥାନ୍ତି।

୭- ମିକା ସିଂହ

ମିକା ସିଂହ ଗୋଟିଏ ଗୀତ ପାଇଁ ୧୨- ୧୩ ଲକ୍ଷ ଟଙ୍କା ନେଇଥାନ୍ତି।

Comment