ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଓଡ଼ିଶାରେ ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶାଳପତ୍ର ଶ୍ରମିକଙ୍କ ପାଇଁ ଖୁସି ଖବର। ସୋମବାର ଓଡ଼ିଶାରେ ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ଶ୍ରମିକମାନଙ୍କୁ ଶାଳ ପତ୍ରରେ କ୍ୱିଣ୍ଟାଲ ପିଛା ୮୬ ଟଙ୍କା ରୟାଲିଟି ଦେବାକୁ ପଡ଼ୁଥିଲା। ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ଛାଡ଼ କରିଛନ୍ତି। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ ଦ୍ୱାରା ଓଡ଼ିଶାର ୨୫ଲକ୍ଷ ଶାଳପତ୍ର ସଂଗ୍ରହକାରୀ ଶ୍ରମିକ ଉପକୃତ ହେବେ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ ଶାଳ ପତ୍ର ଶ୍ରମିକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Comment