ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଲାଗି ରହିଛି ଘନ କୁହୁଡ଼ି। ଭୁବନେଶ୍ୱରରେ ଲଗାତାର ତିନି ଦିନ ଧରି କୁହୁଡ଼ି ହେଉଛି। ଏଥିପାଇଁ ଯାତାୟାତ ଏବଂ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀରେ ସକାଳ ୮ରୁ ୯ ଯାଏଁ କୁହୁଡ଼ିର ପ୍ରଭାବ ରହୁଛି। ସକାଳୁ କୁହୁଡ଼ି ସହ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି। ତେବେ ୨୪ ତାରିଖ ସକାଳ ଯାଏଁ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୨୫ ତାରିଖରେ କୁହିଡ଼ି ମାତ୍ରା ସାମାନ୍ୟ କମିବ।

ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରହିଥିବା ବେଳେ କଟକରେ ୧୧.୮, ପୁରୀ, ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଥିଲା। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରୀ ଥିଲା। ଏହା ତଳକୁ ଅନୁଗୁଳରେ ୮.୬, କୋରାପୁଟ, ଦାରିଙ୍ଗବାଡ଼ି ଓ ସୋନପୁରରେ ୯, ଭବାନୀପାଟଣାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି।

Comment